ଖପ୍ରାଖୋଲ ୩/୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସର ପଞ୍ଚାୟତ କାର୍ଯାଳୟଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଘୁନସର ସରପଞ୍ଚ ଶ୍ରୀମତୀ ଅନୁସୟା ସାହୁ ଙ୍କ ସଭାପତିତ୍ଵ ରେ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଐଶ୍ଵର୍ଯ୍ୟ ଶେଖର ଦେବତା ମୁଖ୍ୟଅତିଥି ଭାବେ ଯୋଗ ଦେଇ, ନିଜକୁ ସର୍ବତ୍ର ପରିଚିତ କରିବାକୁ ହେଲେ ପ୍ରଥମେ ନିଜ ମାତୃଭାଷାକୁ ସୁଦୃଢ କରିବାକୁ ହେବ । ମାତୃଭାଷା କୁ ସର୍ବତ୍ରେ ପରିଚିତ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଓଡିଆଭାଷା ପ୍ରତି ଏହି ଭଲପାଇବା ତଥା ସମ୍ମାନ କୁ ଧନ୍ୟବାଦ୍ ଦେଇଥିଲେ ।
ଝାଂକ୍ରିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ ବାଗ, ପୂଟକେଲାଚୁଆଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋତିଲାଲ ତାଣ୍ଡି, ଘୁନସର ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ନବୀନ କିଶାନ, ଶିକ୍ଷକ ରଥ ଗୁରୁ, ପିଙ୍ଗଲମୁଣ୍ଡା ଶିକ୍ଷକ ସୁଶାନ୍ତ ମେହେର, ଘୁନସର ପଞ୍ଚାୟତ ମିଶନ ଶକ୍ତି ର ଏମ.ବି.କେ ଶ୍ରୀମତୀ ନିରୁପମା ମିଶ୍ର, ଘୁନସର ନାଏବ ସରପଞ୍ଚ କଳ୍ପତରୁ ମାଝୀ, ଘୁନସର ପଞ୍ଚାୟତ ସ୍ତରୀୟ ସଭାନେତ୍ରୀ ଶ୍ରୀମତୀ ସରୋଜିନୀ ସାହୁ ପ୍ରମୁଖ ମଞ୍ଚlସିନ ଥିଲେ । ଏହି ଅବସରରେ ପଞ୍ଚାୟତ ତରଫରୁ ଘୁନସର ପଞ୍ଚାୟତର ବିଭିନ୍ନ ସ୍କୁଲ୍ରୁ କୃତିତ୍ୱ ହାସଲ କରି ପଞ୍ଚାୟତ ସ୍ତରକୁ ହୋଇ ଆସିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ କୃଷ୍ଣଧର ପାତ୍ର ମଞ୍ଚ ପରିଚାଲନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୋଗାଣ ସହାୟକ ପ୍ରକାଶ ଦାଶ, ସମାଜସେବୀ ଜ୍ୟୋତିଷ ସାହୁ ଓ ସମସ୍ତ ସି. ଆର୍.ପି ଉପସ୍ଥିତ ରହି ସହଯୋଗ କରିଥିଲେ ।
Post a Comment