ସୁବର୍ଣ୍ଣପୁର ଜିଲ୍ଲାରୁ ଜଗନ୍ନାଥ ଙ୍କ ସେବା ଉଦ୍ଦେଶ୍ୟ ରେ ପଠାଗଲା ଭକ୍ତଙ୍କ ଠାରୁ ସଂଗୃହିତ ଅର୍ପଣୀ


ସୁବର୍ଣ୍ଣପୁର (ଗଣପତି ବାଘ) ପୁରୀ ଶ୍ରୀମନ୍ଦିରର ପବିତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଜିଲ୍ଲାର ପ୍ରତି ଗ୍ରାମ ରେ ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ ନିମନ୍ତେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଭକ୍ତି ଭାବ କୁନେଇ ଅର୍ପଣ ରଥ ପହଞ୍ଚିଥିଲା । ଜିଲ୍ଲାର ସମସ୍ତ ଗ୍ରାମରେ ଜନସାଧାରଣ ଭାବ ଭକ୍ତି ର ସହ ରଥ କୁ ସ୍ୱାଗତ କରି ଶ୍ରୀ ଜଗନ୍ନାଥ ଙ୍କ ସେବା ଉଦେଶ୍ୟରେ ନିଜ ନିଜର ଶକ୍ତି ମୁତାବକ ଅର୍ଥ ରାଶି, ଅରୁଆ ଚାଉଳ, ଓ ଗୁଆ ଅର୍ପଣ କରିଥିଲେ । ଏହିପରିପ୍ରେକ୍ଷୀରେ ଆମ ସୁବର୍ଣ୍ଣପୁର ଜିଲ୍ଲାରୁ ସଂଗୃହିତ ୧୭୧ କୁଇଣ୍ଟାଲ ଚାଉଳ, ୨୨ କେଜି ଗୁଆ ଓ ୩ ଲକ୍ଷ ୧୭ ହଜାର ଟଙ୍କା ଅର୍ଥ ରାଶି କୁ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲା ଅର୍ପଣ ରଥ ଯୋଗେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପ୍ରେରଣ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାଶ ଅର୍ପଣୀ ନେଇ ଯାଉଥିବା ଅର୍ପଣ ରଥ କୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ପ୍ରେରଣ କରିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ସି ଡି ଓ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ଉପ ଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ତଥା ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରଭୁତି ଉପସ୍ଥିତ ଥିଲେ ।

Post a Comment

Previous Post Next Post