ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ


ନୁଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା କୋମନା ଥାନା ଅଧିନରୁ ସିଆଇଲଟି ଫଚାୟତ ଭାଲୁକନା ଗାଁ ର ଏକ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଶୁତ୍ରବାର ରାତ୍ରି ପ୍ରାସ ସାଳେ ଆଠ ଟା ସମୟରେ ଘନଶ୍ୟାମ ନାଏକ, ସ୍ତ୍ରୀ ସଂଜୁକ୍ତା ନାଏକ, ପୁଅ କୁନା ନାଏକ, ଓ ବୁଢିମାଆ ମନ୍ଦ୍ରି ନାଏଙ୍କ (୬୦) ଖାଇ ସାରି ବାହାରେ କଥାବାର୍ତା ହେଇଥିବା ଦେଳେ ଘରେ ନିଆଁ ଲାଗିଥିଲା । ହଠାତ ଛାତ ଉପରୁ ଧୂଆଁ ବାହାରିବାରୁ ପରିବାର ଲୋକେ ଦେଖିନିଆଁ ଲାଗିଗଲା ବୋଲି ଚିତ୍କାର କରିଥିଲେ । ଗ୍ରାମବାସୀ ଘଟଣା ସ୍ଥଲକୁ ଆସି ନିଆଁକୁ ଆୟତ କରିଥିଲେ ମଧ୍ୟ ସମ୍ଭବ ହୋଇ ପାରି ନ ଥିବାରୁ ଗାଁ ୱାର୍ଡ ମେମ୍ବର ମଦନା ଦୁରିଆ କୋମନା ଅଗ୍ନିଶମ ବିଭାଗକୁ ଫୋନରେ ଯୋଗାଯୋଗ କରିଥିଲେ । ଅଗ୍ନୀଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଆସି ନିଆଁକୁ ଆୟତ କରିଥିଲେ । ହେଲେ ଅଗ୍ନିଶମ ବିଭାଗ ପହଂଚିବା ବେଳକୁ ସବୁ ପୋଡ଼ି ଛାରଖାର ହୋଇ ସାରିଥିଲା । ନିଆଁ ଲାଗିବା ସମୟରେ ଘର ଭିତରେ କେହି ନ ଥିଲେ, ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବ ବୋଲି ଅନୁମାନ କରା ଯାଇଛି । ୩ ଵଖରା ଖପର ଘର ସହ ୩୦ ବସ୍ତା ଧାନ,୮ ବସ୍ତା ଚାଉଲ,ଗୋଟିଏ ପେସନ ପ୍ରୋ ବାଇକ ଓ ଘଉ କରଣ ସମସ୍ତ ଜିନିଷ ପୋଡ଼ି ଛାରଖାର ହୋଇ ଯାଇଛି । କେତେ ଟଙ୍କାର ସମ୍ପତି ପୋଡି ଯାଇଛି ଜଣା ପଡି ନାହିଁ । ଆକଳନ କରିବା ପାଇଁ ସିଆଲଲଟି ରାଜସ୍ୱ ନିରିକ୍ଷକ ରଞ୍ଜନ ସାହୁ ଯାଇ ନିରକ୍ଷଣ କରୁଛନ୍ତି । ଆକଳନ ପରେ କେତେ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଛି ଜଣା ପଡିକ ବୋଲି ସାହୁ ପ୍ରକାଶ କରିଛନ୍ତି । ଘନଶ୍ୟାମ ନା ଏକ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ଏଣୁ ତାଙ୍କୁ ସରକାରଙ୍କ ତରଫରୁ ଆକଲନ କରି ସାହାୟତା ଯୋଗାଇ ଦିଆଯାଉ ବୋଲି ସାଧାରଣରେ ଦାବୀ ହେଉଛି।

Post a Comment

Previous Post Next Post