ଜଳେଶ୍ୱର ସହରର ବରିଷ୍ଠ ସାମ୍ବଦିକଙ୍କ ଘରୁ ଚୋରୀ

ଜଳେଶ୍ୱର ବ୍ଲକ, ୧୩/୧୦ (ଜଗନ୍ନାଥ ଗୋଛାୟତ) ଗତ ୧୨ତାରିଖ ରାତ୍ରୀରେ ଜଳେଶ୍ୱର ସହରର ବରିଷ୍ଠ ସାମ୍ବଦିକଙ୍କ ଘରୁ ଚୋରୀ ହୋଇ ଯାଇ ଥିବା ଜଣା ପଡ଼ିଛି।ଜଳେଶ୍ୱର ପୌରାଞ୍ଚଳ ୧ନଂ ୱାର୍ଡ ସ୍ଥିତ ଝାଡେଶ୍ୱରପୁର ଗ୍ରାମର ବିଶିଷ୍ଠ ସାମ୍ବାଦିକ ସେକ ଅବଦୁଲ ରହିମଙ୍କ ଘରୁ ଗତକାଲି ରାତ୍ରୀରେ ଦୁର୍ବୃତ ମାନେ ବହୁ ମୁଲ୍ୟବାନ ଜିନିଷ ଚୋରୀ କରି ନେଇ ଥିବାର ଜଳେଶ୍ୱର ଥାନାରେ ଅଭିଯୋଗ କରିଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ଗତ ରାତ୍ରୀରେ ସମସ୍ତେ ଶୋଇ ଥିବା ବେଳେ ଦୁର୍ବୃତ ମାନେ ଘରେ ପଶି ଆଲମାରୀରେ ଥିବା ସୁନା ଚେନ, ରୂପା ପାଉଁଜର, ଏବଂ ରିୟଲ ମି କମ୍ପାନୀର ଏକ ଦାମିକା ମୋବାଇଲ ଚୋରୀ କରି ନେଇ ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଜଳେଶ୍ୱର ଅଂଚଳରେ ଦିନକୁ ଦିନ ଚୋରଙ୍କ ଉପଦ୍ରବ ବଢିବାରେ ଲାଗିଛି। ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ରାତ୍ରୀରେ ପେଟ୍ରୋଲିଂ ବ୍ୟବସ୍ଥା କରିବା ସହିତ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଦୃର୍ବୁତ ମାନଙ୍କୁ ଧରିବା ପାଇଁ ଜଳେଶ୍ୱର ଜନସାଧାରଣ ନିବେଦନ କରିଛନ୍ତି।

Post a Comment

Previous Post Next Post