ମରଣଯନ୍ତା ପାଲଟିଛି ଚଟୁଅନକା ମାଝୀ ପଡ଼ା ରାସ୍ତା : ଜନଶୁଣାଣି ଅଭିଯୋଗର ତିନିମାସ ପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ୍ୟ


କଣ୍ଟାବାଞ୍ଜି : (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ଗ୍ରାମ ର ମାଝୀ ପଡ଼ା ପ୍ରଥମିକ ବିଦ୍ୟାଳୟ କୁ ଯାଉଥିବା ଏହି ରାସ୍ତା ମରଣଯନ୍ତା ପାଲଟିଥିବା ଯୋଗୁଁ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ଏଣୁ ଏହାର ତୁରନ୍ତ ମରାମତି କରାଇବା ପାଇଁ ଜିଲ୍ଲାପାଳ ମହାଶୟ ଙ୍କ ପାଖରେ ସମାଜସେବୀ ବିଶିକେସନ ମାଝୀ ଗତ ୨୮/୦୬/୨୦୨୩ ତାରିଖରେ ଟିକେଟ ଆଇଡି DM2023237658 ଜନଶୁଣାଣିରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ଫଏସଲା ଗତ ୨୬ ଜୁଲାଇ ୨୦୨୩ ରେ ହୋଇଛି । ହେଲେ ଆଜିକୁ ତିନିମାସ ପରେ ମଧ୍ୟ କୌଣସି  କାର୍ଯ୍ୟନୁଷ୍ଠାନ ହୋଇ ନାହିଁ। ଏଣୁ ଏହି ରାସ୍ତାର ତୁରନ୍ତ ମରାମତି ପାଇଁ ଜିଲ୍ଲାପାଳ ମହାଶୟ ଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।

Post a Comment

Previous Post Next Post