ଜଳେଶ୍ବର, ୧୩/୧୦ (ଜଗନ୍ନାଥ ଗୋଛାୟତ) ସଂସ୍କୃତି, ପ୍ରଥା ଓ ପରମ୍ପରାକୁ ପାଥେୟ କରି ବିଗତ ବର୍ଷ ପରି ଏ ବର୍ଷ ମଧ୍ୟ ଜଗନ୍ନାଥ ଡିଗ୍ରୀ ମହା ବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ଦ୍ଵାରା ଅଧ୍ୟକ୍ଷ ସରୋଜ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଘୋଷ ଉପସ୍ଥିତ ରହି ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରବଣ କୁମାର ନାଥ ନିଜ ଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହୋଇ ନିଜର ଅଧ୍ୟୟନ ଜାରୀ ରଖିବାକୁ ଆହ୍ଵାନ କରିଥିଲେ। ଉପସ୍ଥିତ ଅଧ୍ୟାପକ୍ଷ ଅଧ୍ୟାପିକା ମାନଙ୍କ ମଧ୍ୟରୁ ଉଷାରାଣୀ ଦାସ, ଜ୍ଞାନରଞ୍ଜନ ଜେନା, ଅଶୋକ କୁମାର ରଥ, ନିଶ୍ଚଳ କୁମାର ଘଡେ଼ଇ ପ୍ରମୁଖ ନିଜ ନିଜର ଉପଦେଶ ମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ କବିତା ଦାସ, ସସ୍ମିତା ଗିରି, ଦୀପା ଦାସ, ଉମେଶ ସାହୁ ଓ ସରିତା ଜେନା ଆଦି ନିଜ ନିଜର ଭାଷଣ ପ୍ରଦାନ କରିଥିଲେ। ଏହା ପରେ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବା ସହିତ ଉପସ୍ଥିତ ସମସ୍ତ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ସଚେତନ ପାଇଁ ଚାରା ପ୍ରଦାନ କରିଥିଲେ। ଛାତ୍ରୀ ବୈଶାଖୀ ମହାନ୍ତି ମଞ୍ଚ ଆହ୍ଵାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସର୍ବ ଶେଷରେ ଚନ୍ଦନ କୁମାର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment