ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବସ୍ତିର ପିଲାଙ୍କୁ ଖାତା ଓ ପୁସ୍ତକ ବଣ୍ଟନ


ଆଜତକ୍ ଓଡ଼ିଶା : ସମାଜିକ ସ୍ୱଛାସେବୀ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଯାଜପୁର ଜିଲ୍ଲାର ଛତିଆ ସ୍ଥିତ ବଡ଼ଚଣା ବ୍ଲକର ସୋଲର ଶବର ବସ୍ତିର କୁନି କୁନି ପିଲା ମାନଙ୍କୁ ଖାତା କଲମ,ମଧୁ ଛବିଳ ବର୍ଣ୍ଣ ବୋଧ ପୁସ୍ତକ ଓ ବିସ୍କୁଟ,ଚଲେକେଟ ବଣ୍ଟନ କରାଯାଇ କିପରି ପିଲାମାନେ ପାଠ ପଢ଼ି ଶିକ୍ଷିତ ହେବେ ଭଲ ପାଠ ପଢ଼ିବେ ଆମ ମାତୃ ଭାଷାକୁ ଭଲ ପାଇବେ ପିଲା ମାନଙ୍କ ବାପା ମାଆଙ୍କୁ ବୁଝାଇ ସୁଶିକ୍ଷା ପ୍ରଦାନ କରା ଯାଇଥିଲା,ମାଆ ମାନେ ଯଦି ପିଲାର ଠିକିରେ ଯତ୍ନ ନେବେ ପିଲାଙ୍କ ପାଠ ପଢ଼ା ପ୍ରତି ଧ୍ୟାନ ଦେବେ ପିଲାମାନେ ନିଶ୍ଚିତ ଉଚ୍ଚ ଶିକ୍ଷିତ ହେବେ ପିଲା ମାନଙ୍କୁ ଘରେ ପାଠ ପଠାଇବା ନିୟମିତ ପ୍ରତିଦିନ ବିଦ୍ୟାଳୟକୁ ପଠାଇବା ଏହା ହେଉଛି ସବୁ ମାଆ ମାନଙ୍କର କର୍ତ୍ତବ୍ୟ ବା ଦ୍ଵାୟତ୍ୱ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ଏକ ଛୋଟ ପ୍ରୟାସ ଥିଲା ବସ୍ତିର ପିଲାଙ୍କୁ ସୁଶିକ୍ଷା ପ୍ରଦାନ କରି ଉଚ୍ଚ ଶିକ୍ଷିତ କରାଇବାର ଏକ ଛୋଟ ପ୍ରୟାସ ଆରମ୍ଭ ହୋଇଛି ସାମାଜିକ ବାର୍ତ୍ତା ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ଭଲ ପାଠ ପଢି ବଡ଼ ମଣିଷ ହୁଅନ୍ତୁ ସମାଜର କଲ୍ୟାଣରେ ଭାଗ୍ୟଦାର ହୁଅନ୍ତୁ ସମ୍ଭବ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ,ସକ୍ରିୟ ସଦସ୍ୟ ରେଣୁ ନାୟକ ଓ ହେମଲତା ମୁଦୁଲି,ଅନିଲ କୁମାର ନାୟକ ଉପସ୍ଥିତ ଥିଲେ ।

Post a Comment

Previous Post Next Post