ବାଲେଶ୍ଵର, ୧୫/୧୦ (ଲକ୍ଷ୍ମୀଧର ବାରିକ): ଓଡ଼ିଶା ସାମ୍ବାଦିକ ୟୁନିୟନ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା କ୍ଷେପଣାସ୍ତ୍ରର ଜନକ ଭାରତରତ୍ନ ଡ. ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସ୍ଥାନୀୟ ଷ୍ଟେସନ ଛକ ଠାରେ ଓଡିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ଆୟୋଜିତ ଜୟନ୍ତୀ ପାଳନ ଅବସରରେ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସୁବାସିନି ଜେନା ,ବିଧାୟକ ସ୍ଵରୂପ କୁମାର ଦାସ ଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ବୁଦ୍ଧିଜୀବି ଯୋଗଦେଇ କାଲାମଙ୍କ ପ୍ରତିମୂର୍ତ୍ତୀରେ ସାମୂହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଡ. ଅବଦୁଲ କାଲାମ ଜଣେ ଛାତ୍ର ବତ୍ସଳ, ଅଗ୍ନି ର ଜନକ, ଭାରତ ମାତା ର ସୁଯୋଗ୍ୟ ସନ୍ତାନ ଓ ଦେଶପ୍ରେମ ର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ସମାଜସେବୀ ଶ୍ରୀମତୀ ଜେନା କହିଥିଲେ। ବିଧାୟକ ସ୍ଵରୂପ ଦାସ କହିଲେ ଯେ ,ଯୁବସମାଜ ଆଗକୁ ଯିବାକୁ ହେଲେ କାଲାମ ଙ୍କ ଆଦର୍ଶ,ତ୍ୟାଗ ଓ ବାଣୀ କୁ ଜୀବନରେ ପାଥେୟ କରିବା ଆବଶ୍ୟକ। ଓୟୁଯେ ର ଟାଉନ ସଂଯୋଜକ ହାଇଦର ଖାନ ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସଭାପତି ଗଙ୍ଗାଧର ରାଉତ, ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, ବରିଷ୍ଟ ସଦସ୍ୟ ଅଜିତ କୁମାର ମହାନ୍ତି, ଅଧିପ କୁମାର ଜେନା, ପ୍ରଶନ୍ନ ଜିତ୍ ଆଶ, କହ୍ନେଇ ଚରଣ ପ୍ରଧାନ, ମହେଶ୍ୱର ପ୍ରଧାନ , ବିନାୟକ ମହାପାତ୍ର ତପନ କୁମାର ଦାସ, ସୋମନାଥ ସାହୁ, ଅଜୀମ ବାଲେଶ୍ଵରୀ,ସେକ ନଜୀମ, ଅର୍ଧେନ୍ଦୁ ମିଶ୍ର ,ଜ୍ଞାନ ରଞ୍ଜନ ଦାସ, ଅରୂପ କୁମାର ମହାନ୍ତି, ସହରର ବିଶିଷ୍ଟ ବ୍ୟକ୍ତି ମନୋଜ କୁମାର ରାଉତ, ରଞ୍ଜନ କୁମାର ବାଗ, ବିଶ୍ୱଜିତ୍ ମହାପାତ୍ର, ଅଭିଜିତ ଦାସ, ହରପ୍ରିୟା ରଣା, ଶୋଭା ମହାପାତ୍ର,ପ୍ରଦୀପ ଦାସ, ମୀନା ମହାନ୍ତି, ମିନତୀ ସେଠୀ ଏବଂ ସନ୍ଧ୍ୟାରାଣୀ ଜେନା ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବୁଦ୍ଧିଜୀବି ଉପସ୍ଥିତ ରହି ସଂଘର କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରି ଏହା ଅବ୍ୟାହତ ରଖିବାକୁ ପରାମର୍ଶ ଦେଇଥିଲେ।

Post a Comment