ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଅର୍ଥ ଦେବାରେ ହଇରାଣ କରିଛି ଆଇଡିବିଆଇ ବ୍ୟାଙ୍କ

ଜଳେଶ୍ବର ବ୍ଲକ, ୧୩/୧୦ (ଜଗନ୍ନାଥ ଗୋଛାୟତ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଅର୍ଥ ଦେବାରେ ହଇରାଣ କରିଛି ଜଳେଶ୍ଵର ଆଇଡିବିଆଇ ବ୍ୟାଙ୍କ କର୍ତ୍ତପକ୍ଷ। କିଛି ସମୟ ବ୍ୟାଙ୍କରେ ହିତାଧିକାରୀ ଓ ଆଦିବାସୀ ନେତାଙ୍କ ଉତ୍ତେଜନା।ଘଟଣା ରୁ ଜଣା ପଡ଼ିଛି କି, ଜଳେଶ୍ଵର ବ୍ଲକ ଲକ୍ଷ୍ମଣନାଥ ଗ୍ରାମ ପଞ୍ଚାୟତର ବିରିଶପୁର ଗ୍ରାମର ହିତାଧିକାରୀ ମଞ୍ଜୁ ମାରାଣ୍ଡିଙ୍କ ନିଜ ଆଇଡିବିଆଇ ବ୍ୟାଙ୍କ ଖାତାକୁ ଗତ ତା-୭/୭/୨୦୨୩ ରିଖ ରେ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ଅର୍ଥ ୪୦ ହଜାର ଟଙ୍କା ଜମା ହୋଇଥିଲା।ମାତ୍ର ଘର ନିର୍ମାଣ ପାଇଁ ସାମଗ୍ରୀ କିଣିବା ପାଇଁ ଅର୍ଥ ଆବଶ୍ୟକ ପଡ଼ିବାରୁ ସେ ଅର୍ଥ ନେବା ପାଇଁ ବାରମ୍ବାର ବ୍ୟାଙ୍କ କୁ ଆସି ନିରାଶ ହେବାକୁ ପଡ଼ିଛି। କାରଣ ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣି ଶୁଣି ମଞ୍ଜୁ ମାରାଣ୍ଡିଙ୍କ ବ୍ୟାଙ୍କ ଖାତା କୁ ପ୍ରିଜ୍ କରି ଦେଇଛନ୍ତି। ଏହା ଜାଣିବା ପରେ ହିତାଧିକାରୀ ଆଦିବାସୀ ନେତା ପୂର୍ଣ୍ଣଚନ୍ଦ୍ର ସିଂ ଙ୍କ ସହାୟତା ନେଇଥିଲେ। ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ସିଂ ଓ ନିଜେ ହିତାଧିକାରୀ ପ୍ରଥମେ ବ୍ୟାଙ୍କ ପରେ ବ୍ଲକ କାର୍ଯ୍ୟାଳୟ ଯାଇ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନାଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେନା ସଙ୍ଗେ ସଙ୍ଗେ ଜଣେ ବ୍ଲକ କର୍ମଚାରୀଙ୍କୁ ବ୍ୟାଙ୍କ ପଠେଇ ଥିଲେ। ବ୍ୟାଙ୍କ ମ୍ୟାନେଜରଙ୍କ ସହ ଆଲୋଚନା ପରେ ହିତାଧିକାରୀଙ୍କୁ ମଞ୍ଜୁ ମାରାଣ୍ଡି ଙ୍କୁ ମ୍ୟାନେଜର ତାଙ୍କର ଅର୍ଥ ଉଠାଇବା ପାଇଁ ଆଜି ବ୍ୟାଙ୍କ କୁ ଆସିବା ପାଇଁ କହିଥିଲେ।ଆଜି ମଧ୍ୟ ବ୍ୟାଙ୍କ ଆସି ନିରାଶ ହେବାରୁ ହିତାଧିକାରୀ ମଞ୍ଜୁ ମାରାଣ୍ଡି ଓ ଆଦିବାସୀ ନେତା ପୂର୍ଣ୍ଣଚନ୍ଦ୍ର ସିଂ ଙ୍କ ଦ୍ଵାରା କିଛି ସମୟ ବ୍ୟାଙ୍କରେ ଉତ୍ତେଜନା ଦେଖା ଯାଇଥିଲା। ଶେଷରେ ମ୍ୟାନେଜର ପୁଣି ୧୬ ତାରିଖ ସୋମବାର ବ୍ୟାଙ୍କ କୁ ଆସିବାକୁ କହିଥିଲେ। ସରକାରଙ୍କ ପକ୍ଷରୁ ୪ ମାସ ମଧ୍ୟରେ ଗୃହ ନିର୍ମାଣ ଶେଷ ହେଲେ ହିତାଧିକାରୀଙ୍କୁ ବୋନସ ମିଳିବାର ବ୍ୟବସ୍ଥା ଅଛି। ମାତ୍ର ମଞ୍ଜୁ ମାରାଣ୍ଡିଙ୍କ କ୍ଷେତ୍ରରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ତୃଟି ଯୋଗୁଁ ଏହା ସମ୍ଭବ ହେବନାହିଁ। ୨୦୨୩ ଜୁଲାଇ ୭ ତାସିଖରେ ବ୍ୟାଙ୍କ ଖାତାକୁ ସରକାରଙ୍କ ପକ୍ଷରୁ ୪୦ ହଜାର ଟଙ୍କା ଆସିଥିଲା, ଯାହାକି ଆଜି ୩ ମାସ ୬ ଦିନ ହୋଇ ଯାଇଛି। ଆଉ ବାକି ୨୪ ଦିନରେ ହିତାଧିକାରୀ ମଞ୍ଜୁ ମାରାଣ୍ଡି କଣ ଗୃହ ନିର୍ମାଣ ଶେଷ କରି ପାରିବେ ନା ସେ ବୋନସ ଟଙ୍କା ପାଇ ପାରିବେ।ଏହା ପାଇଁ ବ୍ୟାଙ୍କ ସମ୍ପୂର୍ଣ ଭାବରେ ଦାୟୀ ବୋଲି ସାଧାରଣରେ ଆଲୋଚନା ହେଉଛି।

Post a Comment

Previous Post Next Post