ଗଡ଼ସାହି ବାଲିଆପାଳ ପଞ୍ଚାୟତର ଏମ୍ବିକେଙ୍କ ନାମରେ ଦୁର୍ନୀତି ଅଭିଯୋଗ

ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଆଣିଲେ ଅଭିଯୋଗ।

ଜଳେଶ୍ବର, ୧୨/୧୦ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଗଡ଼ସାହି ବାଲିଆପାଳ ପଞ୍ଚାୟତର ଏମ୍ବିକେଙ୍କ ନାମରେ ବାବା ରାମେଶ୍ବରଜୀଓ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବିଡିଓ ଙ୍କ ନିକଟରେ ଦୁର୍ନୀତି ଅଭିଯୋଗ କରିଛନ୍ତି। ସୂଚନାରୁ ଜଣାପଡିଛି ଗଡ଼ସାହି ବାଲିଆପାଳ ପଞ୍ଚାୟତର ଏମ୍ଵିକେ ମିନାକ୍ଷୀ ଦାସ ପଞ୍ଚୟତରେ ଥିବା ବାବା ରାମେଶ୍ବର ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସରକାରଙ୍କ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଏମ୍ବିକେ ପାଖକୁ ଦସ୍ତଖତ କରିବାକୁ ଗଲେ ସେ ଲାଞ୍ଚ ମାଗନ୍ତି ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି।ଉକ୍ତ ଏସଏଚଜି ଋଣ ନେଇ ଠିକ୍ ସମୟରେ ପରିଶୋଧ କରିଥିଲେ ମଧ୍ୟ ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ସୁଧ ଫେରସ୍ତ ମିଳିନାହିଁ। ଗ୍ରୋପର ଏମ୍ ଏସ ପୋର୍ଟାଲ ରେ ଆପ୍ଟଡେଟ୍ କରି ନ ଥିବା ବେଳେ ଏମ୍ବିକେ ଙ୍କୁ ପଚାରିବାରୁ ସେ କହିଲେ, ବ୍ଲକ ରେ ଥିବା ମିଶନଶକ୍ତି ର ଲୋପାମୁଦ୍ରା ପରିଡ଼ା ମାଡାମ ଏଣ୍ଟ୍ରି କରିବେ।ମାତ୍ର ଲୋପାମୁଦ୍ରା ମାଡାମ ଙ୍କୁ ପଚାରିବାରୁ ସେ କହିଲେ ଏହା ଏମ୍ବିକେ ର କାମ।ଏହା ଏକ ଦୁଃଖ ଓ ପରିତାପର ବିଷୟ ବୋଲି ଏସଏଚଜି କହିଛି। ଗ୍ରେଡେଶନ୍ କରିବା ଓ ଋଣ ଦରଖାସ୍ତ ସମୟରେ ଏମ୍ବିକେ ଲାଞ୍ଚ ମାଗନ୍ତି ଓ ନିଅନ୍ତି ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି। ଯଦି ସେମାନଙ୍କର ଏମ୍ ଏସ ପୋର୍ଟାଲ ରେ ଏଣ୍ଟ୍ରି କରା ନ ଯାଏ ସବୁ ଦିନ ପାଇଁ ଋଣ ପାଇବାରୁ ବଞ୍ଚିତ ହେବା ନିଶ୍ଚିତ ବୋଲି କହିଛନ୍ତି। ଏଭଳି ବେଆଇନ କାର୍ଯ୍ୟ ପାଇଁ ଜଳେଶ୍ଵର ବିଡିଓଙ୍କୁ ଏମ୍ବିକେ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉକ୍ତ ଏସଏଚଜି ଲିଖିତ ଅଭିଯୋଗ କରିଛନ୍ତି।ଏ ବାବଦରେ ଏମ୍ବିକେଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି।

Post a Comment

Previous Post Next Post