ବାଲେଶ୍ବର,୧୨/୧୦ (ଲକ୍ଷ୍ମୀଧର ବାରିକ) ସଦର ବ୍ଲକ ବୁଆଁଳ ପଞ୍ଚାୟତର ଜବ୍କାର୍ଡଧାରୀ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ, ଦୁଇ ବର୍ଷ ତଳେ ଅର୍ଥାତ୍ କରୋନା ସମୟରେ ବୁଆଁଳ ପଞ୍ଚାୟତ କୁଡ଼ିଆ ହାଇସ୍କୁଲ ଠାରୁ ବିଶ୍ବାଳ ଘର ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ହୋଇଥିବା ବେଳେ ଏଥିରେ ଜବ୍କାର୍ଡଧାରୀ ନିୟୋଜିତ ହୋଇଥିଲେ। ହେଲେ ଅାଜିଯାଏ ଏମାନଙ୍କୁ ମଜୁରି ମିଳିନାହିଁ। ଟଙ୍କା ନମିଳିବା ନେଇ ଜବ୍କାର୍ଡଧାରୀ ସ୍ଥାନୀୟ ଜିଆର୍ଏସ୍ଙ୍କୁ ଜଣାଇଥିଲେ ବି ଖାଲି ମିଛ ପ୍ରତିଶ୍ରୁତି ମିଳିଥିଲା। ଆଜିଯାଏ ଟଙ୍କା ମିଳିଲା ନାହିଁ କି ଜବ୍କାର୍ଡ ବି ମିଳିନାହିଁ। ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ବରେ ୨୦ରୁ ଊର୍ଦ୍ଧ୍ବ ଆଦିବାସୀ ଜବ୍କାର୍ଡଧାରୀ ଆଜି ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହିତ ତୁରନ୍ତ ଟଙ୍କା ପ୍ରଦାନ କରିବାକୁ ଦାବି ହୋଇଛି। ଦାବିପତ୍ର ପ୍ରଦାନ ବେଳେ ଶ୍ରୀ ପଣ୍ଡାଙ୍କ ସହିତ ଝିଲି ବିନ୍ଧାଣୀ, ପ୍ରସାଦ ବିନ୍ଧାଣି, ଫୁଲମଣି ବିନ୍ଧାଣୀ, ଲିଲି ବିନ୍ଧାଣୀ, ସମ୍ଭୁ ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment