ଗିନିଜ ବୁକ୍ ରେ ରେକଡ୍ ରଖିବ ବୋଲି ଚର୍ଚ୍ଚା ହେଉଛି ଖଡ଼ିଆଳ ଫୁଟବଲ ମହାକୁମ୍ବ


ନୂଆପଡ଼ା (ଆଜତକ୍ ଓଡ଼ିଶା) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଚାଲିଥିବା ଐତିହାସିକ ଫୁଟବଲ୍ ମହାକୁମ୍ଭ ଗତକାଲି ଉଦଯାପିତ ହୋଇ ଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଭବ୍ୟ ଆୟୋଜନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ସତୁରି ଟି ଦଳ କୁ ନେଇ ଅଠର ଦିନ ଧରି ଏମିତି ଏକ ନିଆରା ଆୟୋଜନ ପାଇଁ ସମସ୍ତେ ତାଙ୍କୁ ବାଃ ବାଃ କହୁଛନ୍ତି। ଆମ ରାଜ୍ୟ କାହିଁକି ସମଗ୍ର ଭାରତରେ କିମ୍ବା ପୃଥିବୀର କୋଉ ସ୍ଥାନରେ ମଧ୍ୟ ଏତେ ବଡ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କରାଯାଇଥିବା ଏପର୍ଯ୍ୟନ୍ତ ସମ୍ଭବ ହୋଇ ନଥିବା ବେଳେ ଖଡ଼ିଆଳ ଠାରେ ତାହା କିନ୍ତୁ ଆଡମ୍ବର ସହକାରେ ଆୟୋଜିତ ହୋଇଛି। ତାହା ପୁଣି ଫ୍ଲଡ ଲାଇଟରେ। ଆଉ ଏହା ସମ୍ଭବ ହୋଇଛି ବିଧାୟକ ପାଣିଗ୍ରାହୀଙ୍କ ପାଇଁ। ଗତ ମାସ ପଚିଶ ତାରିଖରେ ମହାକୁଂଭ ଉଦଘାଟିତ ହୋଇଥିବା ବେଳେ ଖଡ଼ିଆଳ, ବୋଡ଼େନ ଓ ସିନାପାଲି ବ୍ଲକର ୬୮ଟି ଗ୍ରାମ ପଞ୍ଚାୟତ ଦଳ ଓ ଖଡ଼ିଆଳ ଏନ୍ ଏ ସି ର ଦୁଇଟି ଦଳ ଏଥିରେ ଭାଗ ନେଇଥିଲେ। ସମସ୍ତଙ୍କୁ ବାତ୍ ଦେଇ ଫାଇନାଲରେ ମୁହାମୁହିଁ ହୋଇଥିଲେ ବୋଡ଼େନ ଓ ଫରସରା ଦଳ। ଏଥିରେ ବୋଡ଼େନ ଦଳ ୨-୦ ରେ ବିଜୟୀ ହୋଇଥିଲା। ଫାଇନାଲ ଦିନର ମୁଖ୍ୟ ଆକର୍ଷଣ ଥିଲା କୋଲକାତାରୁ ଆସିଥିବା ଲିପିକା ସାମନ୍ତା ଙ୍କ ସେକ୍ସୋଫୋନ ଦଳ। ପୁଣି ଭୁବନେଶ୍ବର ର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ତିରିଶି ହଜାରରୁ ଅଧିକ ଦର୍ଶକଙ୍କ ମନ ମୋହିଥିଲେ। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଏପରି ଏକ ଭବ୍ୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କୌଣସି ଜାଗାରେ ଆୟୋଜିତ ହୋଇ ପାରିନି ବୋଲି କହିଥିଲେ। ବିଶିଷ୍ଟ ଅତିଥି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ବିଧାୟକ ରମେଶ ଜେନା ଏହା ବିଶ୍ଵ ଗିନିଜ ବୁକ୍ ଅଫ୍ ରେକଡ୍ ରେ ସ୍ଥାନ ପାଇବା କଥା ବୋଲି ମତବ୍ୟକ୍ତ କରିଥିଲେ। ସୁନ୍ଦରଗଡ ଯେମିତି ଏବେ ଦେଶକୁ ଶ୍ରେଷ୍ଠ ହକି ଖେଳାଳି ଦେଉଛି ସେହିପରି ଖଡ଼ିଆଳରୁ ଫୁଟବଲ ଖେଳାଳି ବାହାର କରିବାକୁ ସେ ସବୁ ଗ୍ରାମାଞ୍ଚଳ ର ଖେଳାଳି ଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ଖେଳ ରେ ପହଞ୍ଚାଇବାକୁ ଚେଷ୍ଟା କରିବା ବୋଲି ବିଧାୟକ ଅଧୀରାଜ ପାଣିଗ୍ରାହୀ କହିଥିଲେ।

Post a Comment

Previous Post Next Post