‘ସ୍ମୃତିରେ ଆମ ଅକ୍ଷୟ’ ପକ୍ଷରୁ ଅକ୍ଷୟ ଜନ୍ମୋତ୍ସବ


ବାଲେଶ୍ବର,୧୩/୧୦(ଲକ୍ଷ୍ମୀଧର ବାରିକ): ‘ସ୍ମୃତିରେ ଆମ ଅକ୍ଷୟ’ ତରଫରୁ ବାଗବୃନ୍ଦାବନ ସ୍ଥିତ ‘ଶ୍ରୀ’ ଶିକ୍ଷା କକ୍ଷରେ ବିଶିଷ୍ଟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ୮୮ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ସ୍ମୃତି ପ୍ରଦୀପ ପ୍ରଜ୍ବଳନ ସହ ଉପସ୍ଥିତ ସଦସ୍ୟଙ୍କ ଦ୍ବାରା ଅକ୍ଷୟଙ୍କ ସଂଗୀତ ‘ଯାଯାବର ମନେ ମୋର..’ ଗାନ କରାଯାଇଥିଲା। ସ୍ମୃତିରେ ଆମ ଅକ୍ଷୟର ମୁଖ୍ୟ ଉପଦେଷ୍ଟା କବି ପ୍ରଶାନ୍ତ ଦାସ ‘ଅକ୍ଷୟ’ଙ୍କ ଗୀତ ଓ ସାହିତ୍ୟ ସମ୍ବନ୍ଧୀୟ ମତ ରଖିଥିଲେ। ଅନୁଷ୍ଠାନର ସଭାପତି ଡା. ଶାନ୍ତନୁ ଦାସଙ୍କ ସଭାପତିତ୍ବରେ ଉପସ୍ଥିତ ସଦସ୍ୟ ଓ ଅକ୍ଷୟ ପ୍ରେମୀ ‘ସ୍ମୃତିରେ ଆମ ଅକ୍ଷୟ’ର ମୁଖ୍ୟ ପୃଷ୍ଠପୋଷକ ଅକ୍ଷୟଙ୍କ ପତ୍ନୀ ପ୍ରବୀଣା ମହାନ୍ତି, ପୃଷ୍ଠପୋଷକ ଆତ୍ମାରାମ ମହାପାତ୍ର ଓ ସଦସ୍ୟ ଦେବେନ୍ଦ୍ର ଖଟୁଆଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ। ସଂଗଠନର ଉପଦେଷ୍ଟା ମୁରଲିଧର ନାୟକ, ପର୍ଶୁରାମ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ରବୀନ୍ଦ୍ର ମହାନ୍ତି, ଶଶିରଂଜନ ମଲ୍ଲିକ, ସୁରଜିତ ମହାପାତ୍ର, ବିପ୍ଳବ ଦାସ ମହାପାତ୍ର ପ୍ରମୁଖ ଅକ୍ଷୟ କଥା ରଖିଥିଲେ। ଅନୁଷ୍ଠାନର ସଂପାଦକ ରାଜେଶ ଗିରି ଅକ୍ଷୟ ଉତ୍ସବ ପାଳନ ନେଇ ସୂଚନା ପ୍ରଦାନ କରିଥିଲେ। ଚଳିତ ବର୍ଷଠୁ ଉତ୍ତର ଓଡ଼ିଶାର ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ଅନୁଷ୍ଠାନର ଅଜୟ ଗୁହା, ସୁକୁମାର ଘୋଷ, ସନ୍ତୋଷ ଦଳେଇ, ଅଭିଜିତ ମହାପାତ୍ର, ଅନୁପ ଦାସ, ଅରଜିତ ଦାସ, ସରସ୍ବତୀ ଭୋଇ, ପ୍ରତୀମା ତ୍ରିପାଠୀ, ରଶ୍ମିତା ଆଚାର୍ଯ୍ୟ, ମଧୁସୂଦନ ମିଶ୍ର, ପ୍ରଶାନ୍ତ ପଟେଲ ପ୍ରମୁଖ ସହଯୋଗ କରିଥିବା ବେଳେ ସୁରେଶ ଗିରି ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post