ଜଳେଶ୍ବର ବ୍ଲକ, ୧୩/୧୦ (ଜଗନ୍ନାଥ ଗୋଛାୟତ) ଶିଶୁ ମାନଙ୍କ ଭିତରେ ପ୍ରତିଭା ସୁପ୍ତ ଆକାରରେ ଥାଏ। ସେହି ସୁପ୍ତ ପ୍ରତିଭାର ବିକାଶ ଘଟାଇ ପାରିଲେ ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱର ପରି ପ୍ରକାଶ ନିଶ୍ଚୟ ସମ୍ଭବ ବୋଲି ଗତ ତା-୧୧/୧୦/୨୦୨୩ ରେ ପାଇକସିଦା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ' ସୁରଭି ' ରେ ବିଭିନ୍ନ ବକ୍ତା ମତ ରଖିଥିଲେ। ପ୍ରାକ୍ତନ ସିଆରସିସି ରାମଚନ୍ଦ୍ର ଜେନାଙ୍କ ପୌରହିତ୍ୟରେ ପାଇକସିଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ବୈଠକରେ ସମସ୍ତଙ୍କ ସହଯୋଗରେ ଯେ କୌଣସି କାର୍ଯ୍ୟର ସଫଳ ରୂପାୟନ ହୋଇଥାଏ ଏବଂ ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ଉପଯୁକ୍ତ ବିକାଶରେ ପରିବାର, ବିଦ୍ୟାଳୟ ନିରନ୍ତର ଗୁରୁତ୍ଵ ଦେଲେ ଆଗାମୀ ପୀଢ଼ି ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ଶ୍ରୀଯୁକ୍ତ ଜେନା ତାଙ୍କର ମତ ରଖିଥିଲେ। ଛାତ୍ର ଛାତ୍ରୀ ମାନେ ଆଗ ଶୃଙ୍ଖଳିତ ହେଲେ ତାଙ୍କର ଭବିଷ୍ୟତ ଉଜ୍ଜଳମୟ ହୋଇ ପାରିବ ବୋଲି ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ କହିଥିଲେ। ମୁଖ୍ୟ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷାଧିକାରିଣୀ ଜ୍ୟୋତ୍ସ୍ନା ରାଣୀ ପ୍ରଧାନ ଯୋଗଦେଇ ଜଣେ ଆଦର୍ଶ ମାଆ ଜଣେ ଆଦର୍ଶ ପିଲା ଗଢ଼ି ପାରେ ବୋଲି ପ୍ରକାଶ କରିଥିଲେ। ଅନ୍ୟ ସମ୍ମାନୀତ ଅତିଥି ଭାବେ ପଶ୍ଚିମବାର୍ଡ ସିଆରସିସି ଶ୍ରୀକାନ୍ତ ଧଳ, ଭକ୍ତହରି ଆଚାର୍ଯ୍ୟ, ବ୍ରଜ ମୋହନ ପରିଡ଼ା ପ୍ରମୁଖ ପିଲା ମାନଙ୍କୁ ଭଲ ମଣିଷ ହେବା ପାଇଁ ପ୍ରେରଣା ଦେବା ସହିତ ପୁରସ୍କାର ପ୍ରଦାନ କରା ଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ, ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।ପରି ଶେଷରେ ଶିକ୍ଷକ କାମିନିକାନ୍ତ ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment