କୋରାପୁଟ : (ଆଜତକ୍ ଓଡ଼ିଶା) ପବିତ୍ର ରକ୍ଷା ବନ୍ଧନ ଅବସରରେ କୋରାପୁଟର ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ବିଭିନ୍ନ ଗଛକୁ ରାକ୍ଷୀ ବାନ୍ଧିଥିଲେ । ଆଜିକାଲିର ଆଧୁନିକୀକରଣ ଭିତରେ ମନୁଷ୍ୟ ନିଜକୁ ହଜାଇ ଦେଉଥିବା ବେଳେ ଗଛ ସହିତ ନିଜ ସମ୍ପର୍କକୁ ଛିନ୍ନ କରିଚାଲିଛି । ତେଣୁକରି କୋରାପୁଟର ପ୍ରକୃତି ବନ୍ଧୁ ତ୍ରିନାଥ ବିଭିନ୍ନ ପର୍ବ ପର୍ବାଣୀରେ ଗଛ ସହିତ ବ୍ୟକ୍ତିର ଦାୟିତ୍ୱ ଉପରେ ଜନସାଧାରଣଙ୍କୁ ସଚେତନତା କରିବା ସହ ରକ୍ଷା ବନ୍ଧନ ଭଳି ପବିତ୍ର ବନ୍ଧନକୁ ସରଗରମ କରିଥିଲେ । ଗଛଗୁଡିକ ବିଭିନ୍ନ ସମୟରେ ଯାତ୍ରୀଙ୍କ ପାଇଁ ଛାଇ ଯୋଗାଇ ଆସିବା ସହ ହଜାର ହଜାର ପକ୍ଷୀଙ୍କ ପାଇଁ ବାସସ୍ଥଳୀ ପାଲଟିଛି । ତେଣୁ କରି ଏହାର ସୁରକ୍ଷା ନିହାତି ଆବଶ୍ୟକ ବୋଲି ତ୍ରିନାଥ ନିଜ ମତ ରଖିଅଛନ୍ତି । ତ୍ରିନାଥ ନିଜ ଅଗଣାରେ ଫୁଟି ଉଠିଥିବା ବିଭିନ୍ନ ବୃକ୍ଷକୁ ରାକ୍ଷୀ ବାନ୍ଧି ଅଶେଷ ସ୍ନେହ ଏବଂ ଶ୍ରଦ୍ଧା ବାଢିବା ସହ ଗଛ ଗୁଡିକ ସୁରକ୍ଷା ପାଇଁ ସମଗ୍ର ଜନସାଧାରଣଙ୍କୁ ନିବେଦନ କରିଥିବା ଦେଖିବାକୁ ମିଳିଅଛି ।

Post a Comment