ଉଲୁଣ୍ଡା ୦୩/୯ (ଆଜତକ୍ ଓଡ଼ିଶା) ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ "ବ୍ଲକ ସ୍ତରୀୟ ଗୀତା ଆବୃତ୍ତି" ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଉକ୍ତ ପ୍ରତିଯୋଗିତାରେ ଉଲୁଣ୍ଡା ବ୍ଲକର ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ପ୍ରାୟ ୬୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଶ୍ରୀମଦ୍ଭଗବତଗୀତାର ତୃତୀୟ ଅଧ୍ୟାୟ(କର୍ମ ଯୋଗ ) ଆବୃତ୍ତି କରିଥିଲେ ।ବୟସ ଅନୁପାତରେ ପ୍ରତିଯୋଗୀମାନଙ୍କୁ ଚାରୋଟି ବିଭାଗରେ ବିଭକ୍ତ କରାଯାଇଥିଲା ।'କ' ବିଭାଗରୁ ସାଗରିକା ପଟେଲ,କାଜଲ କର୍ଣ୍ଣ, ଦୀପ୍ତିମୟୀ ଭୋଇ,ଅପର୍ଣ୍ଣା ପୁରୋହିତ, 'ଖ' ବିଭାଗରୁ ତୃପ୍ତିମୟୀ ବାଘ,ଖୁସି କର୍ଣ, ଦମୟନ୍ତି ବାଘ, 'ଗ' ବିଭାଗରୁ ଯସ୍ମୀନ ଆଚାର୍ଯ୍ୟ,ଆଦେଶ ଥନାପତି,ଶ୍ରୀୟା ମେଣ୍ଡେଲି ଏବଂ 'ଘ' ବିଭାଗରୁ ରୀମା କର୍ଣ,ସାଗରିକା କର୍ଣ ,ଗୀତା ସିଂହ ପ୍ରମୁଖ ପୁରସ୍କୃତ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଜ୍ଞାନ ମିଶନର କାର୍ଯ୍ୟକର୍ତ୍ତା ଶ୍ରୀ ଆକାଶ ବିଶ୍ବାଳ ଓ ଅନ୍ତର୍ଯ୍ୟାମୀ ହୋତାଙ୍କ ସଂଯୋଜନାରେ ଉକ୍ତ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।ଉଲୁଣ୍ଡା ବ୍ଲକର ମାନ୍ୟଗଣ୍ୟ ସଂସ୍କୃତ ବିଦ୍ୱାନ ଡ଼. ପ୍ରଫୁଲ୍ଲ ସାହୁ,ମକରଧ୍ୱଜ ପାତ୍ର, ପ୍ରସନ୍ନ ଶତପଥୀ, ବୈସମ୍ପାୟନ ପଣ୍ଡା,ଅନିରୁଦ୍ଧ କୁରକୁରିଆ,ଅଚ୍ୟୁତାନନ୍ଦ ପୁରୋହିତ,ଧର୍ମ ନିରଞ୍ଜନ ପଣ୍ଡା,ଆଲୋକ କୁ. ନନ୍ଦ ପ୍ରମୁଖ ବିଚାରପତି ଦାୟିତ୍ୱ ତୁଲାଇଥିଲେ । ସୁରେଶ ମହାକୁର,ସୀତାଂଶୁ ପୂଜାହାରୀ,ବିଶ୍ୱନାଥ ମହାକୁର,ରୋହିତାଶ୍ବ ଖେତି ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଗୀତାକୁ କେବଳ ଅଭ୍ୟାସ ନ କରି ଗୀତା ନିର୍ଦ୍ଦେଶିତ ପଥରେ ନିଜକୁ ପରିଚାଳିତ କରିବା ଏବଂ ପ୍ରତିଦିନ ନିଜ ନିଜ ଗୃହରେ ଗୀତା ପଠନ କରିବାକୁ ବରେଣ୍ୟ ଅତିଥିଗଣ ମତାମତ ଦେଇଥିଲେ । ଶେଷରେ ପ୍ରଜ୍ଞାନ ମିଶନର ସଂଯୋଜକ ଅଚ୍ୟୁତାନନ୍ଦ ମହାନ୍ତି କୃତଜ୍ଞତା ଜ୍ଞାପନ କରିଥିଲେ ।

Post a Comment