ଯୁବ ସ୍ୱାଭିମାନ ଦିବସ ଅବସରେ ସମ୍ବାଦ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର


ବାଲେଶ୍ଵର,୧୮/୮(ଲକ୍ଷ୍ମୀଧର ବାରିକ) ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ବାଲିଆପାଳ ମିଡିଆ ଫୋରମ କାର୍ଯ୍ୟାଳୟରେଆଜି ସମ୍ବାଦ ଆମ ଓଡିଶା, କଳାକାର ସଂଘ ଏବଂ ସିମୁଳିଆ ବଜାର ବଣିକ ସଂଘ ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ତହସିଲଦାର ଦୀପକ କୁମାର ଦାସ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତୀ ,ଉତ୍କଳ ସାମ୍ବାଦିକ ସଂଘର ଜିଲା ସାଧାରଣ ସଂପାଦକ ତଥା ମିଡିଆ ଫୋରମ ସଭାପତି ପ୍ରତାପ କୁମାର ପାତ୍ର, ବାଲିଆପାଳ କଳାକାର ସଂଘର ସଭାପତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଝାଡେଶ୍ୱର ପ୍ରଧାନ, ସଂପାଦକ ପ୍ରଫୁଲ ବାଗ, ସ୍ୱାଭିମାନ ବାଲିଆପାଳ ମଂଚର ଆବାହକ ସତ୍ୟକାମ ମହାନ୍ତି ,ଦେଉଳା ଗ୍ରାମ ପଂଚାୟତ ସରପଂଚ ସରୋଜ କୁୁମାର ପିଳା,ସମବାୟବିତ ଗୈାରାଙ୍ଗ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସମ୍ବାଦର ସଂପାଦକ ସୈାମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ସାରା ରାଜ୍ୟରେ ଏହିଭଳି ରକ୍ତଦାନ ଶିବିର ଆୟୋଜନ କରାଯାଇ ରାଜ୍ୟରେ ରକ୍ତ ସଙ୍କଟକୁ ଦୂର କରିବାର ସଂକଳ୍ପକୁ ଭୂୟସୀ ପ୍ରଶଂସା କରିବା ସହିତ ରକ୍ତ ଦାତାକୁ ଉତ୍ସାହିତ କରିଥିôଲେ । ବାଲେଶ୍ୱର ରକ୍ତ ଭଣ୍ଡାରର ଡାକ୍ତର ବସନ୍ତ କୁୁମାର ଉପାଧ୍ୟୟ ରକ୍ତାଦାତା ମାନଙ୍କର ରକ୍ତ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ବିଦ୍ୟାଧର ପ୍ରଧାନ, ବିଜୟ ପଟ୍ଟନାୟକ, ସ୍ୱାତୀସୁଚରିତା ପରିଡା ପ୍ରମୁଖ ରକ୍ତ ସଂଗ୍ରହରେ ସହ ଯୋଗ କରିଥିଲେ । ଏହି ଅବସରରେ ୫୫ ଜଣ ରକ୍ତାଦାତା ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଆଜିର ଏହି ରକ୍ତଦାନ ଶିବିରକୁୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ମିଡିଆ ଫୋରମ ଉପଦେଷ୍ଟା ବ୍ୟୋମକେଶ ସାହୁ,ସାମ୍ବାଦିକ ସାଗର ପଟ୍ଟନାୟକ, ଉମାକାନ୍ତ ନାୟକ,ପଙ୍କଜ ସାହୁ,ଆଶିଷ ସାହୁ,ଚନ୍ଦନ ଜେନା, ହରେକୃଷ୍ଣ ଦାସ, ପ୍ରଦୀପ ଜେନା, ବଳରାମ ଦେ, ଚନ୍ଦନ ଜେନା,  ସ୍ୱେଚ୍ଛାସେବୀ ସୁଇଟି ବିଶ୍ୱାଳ, ରଶ୍ମିପ୍ରଭା ଖଣ୍ଡା, ଶାଳିନୀ ମହାନ୍ତି, ପ୍ରତିମା ମହାନ୍ତି, ବଣିକ ସଂଘର ଆଲୋକ ବାରିକ,ଭଗବାନ ରାଉଳ, ଅନନ୍ତ ସେଠୀ, ଜଗନ୍ନାଥ ବାଗ୍‌, ସେକ ଟୁନା, ସରୋଜ ବିଶ୍ୱାଳ, କଳାକାର ସଂଘ ପକ୍ଷରୁ ପ୍ରକାଶଚନ୍ଦ୍ର ପ୍ରଧାନ,ସଦାଶିବ ଜେନା ,ପୂର୍ଣ୍ଣଚନ୍ଦ୍ର ଦାସ,ସତ୍ୟରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post