କଣ୍ଟାମାଳ (ମନଧରକର୍ମୀ) କଣ୍ଟାମାଳ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ବ୍ଲକ ଅଫିସ ଘେରାଉ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ର କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସାହୁ ଙ୍କ ସହ ଶତାଧିକ କର୍ମୀ ସାମିଲ ଥିଲେ । କଂଗ୍ରେସ କର୍ମୀ ମାନେ ସ୍ଲୋଗାନ ଦେଇ ଏକ ରାଲିରେ ଆସି ବ୍ଲକ କାର୍ଯ୍ୟଳୟ ରେ ପହଞ୍ଚି ବିଡ଼ିଓ ଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇଥିଲେ । ବ୍ଲକ ଗୁଡିକରେ ହେଉଥିବା ପିସି କାରବାର, ଆବାସ ଦୁର୍ନୀତି, ନାରୀ ନିର୍ଯାତନା, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି, ଚାଷୀ ସମସ୍ୟା, ବେକାରୀ ସମସ୍ୟା, ଟାଟା କମ୍ପାନୀର ଖାଉଟି ମାରଣ ନୀତି ଆଦି ୯ଗୋଟି ପ୍ରମୁଖ ଦାବି ନେଇ କଂଗ୍ରେସ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିବା ଏହି ଦାବିପତ୍ର ରେ ଉଲ୍ଲେଖ ରହିଛି।
କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ
ଆଜତକ ଓଡ଼ିଶା
0
Post a Comment