ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

 ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟାଳୟର ନିରୀକ୍ଷଣ ଓ ସମୀକ୍ଷା

ଜନସେବାର ସଠିକ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର (ଗଣପତି ବାଘ) ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସମ୍ବଲପୁର ଡ଼ଃ ସୁରେଶ ଚନ୍ଦ୍ର ଦଳେଇ, ଭା. ପ୍ର. ସେ. ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟାଳୟ ର ନିରକ୍ଷଣ କରି ବିଭାଗୀୟ କାର୍ଯ୍ୟକାରିତା ର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ କକ୍ଷ ରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ଆୟୁକ୍ତ ଡ଼ଃ ଦଳେଇ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁଜନସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ଜନସେବା କୁ ତ୍ୱରିତ ପ୍ରଦାନ କରିବା ଓ ବିଭାଗୀୟ ଜନମଙ୍ଗଳସେବାର କାର୍ଯ୍ୟକାରିତାକୁ ଶତ ପ୍ରତିଶତ ସଫଳ କରିବା ଉପରେ ଆବଶ୍ୟକ ନିର୍ଦେଶ ପ୍ରଦାନ କରିଛନ୍ତି । ରାଜସ୍ବ ଆୟୁକ୍ତ ଙ୍କ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଵିମଳେନ୍ଦୁ ରାୟ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଉପଜିଲ୍ଲାପାଳ ସୋନପୁର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ ଭୋଇ, ତଥା ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post