ଆମ୍ବେଦକର ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର


କଣ୍ଟାବାଞ୍ଜି, ୧୮/୦୮ (ଆଜ ତକ୍ ଓଡ଼ିଶା) : ଆମ୍ବେଦକର ଯୁବକ ସଂଘ ବେହେରେନସିଲେଟ ତରଫରୁ କଣ୍ଟାବାଞ୍ଜି ଡାକ୍ତରଖାନା ସ୍ଥିତ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ପ୍ରଥମ ଥର ରକ୍ତଦାନ କରିଥିବା ନୂତନ ରକ୍ତଦାତା ମାନେ ଅତି ଉତ୍ସାହ ସହ ରକ୍ତଦାନ କରିଥିଲେ । ଶିକ୍ଷକ ବିବେକା ନନ୍ଦ ରାୟ ତାଙ୍କ ଜନ୍ମ ଦିନ ଅବସରରେ ଆଜି ରକ୍ତ ଦାନ କରିଥିଲେ ,ତାଙ୍କ ସହ ଏଲ୍,ଡି,ଏ ଉପ ସଭାପତି ରାଜେନ୍ଦ୍ର ଦୀପ ମଧ୍ୟ ରକ୍ତଦାନ କରିଥିଲେ । ଏହି ଶିବିରକୁ କଣ୍ଟାବାଞ୍ଜି ଏସଡିପିଓ ଗୌର ଚନ୍ଦ୍ର ସାହୁ ଉଦଘାଟନ କରିଥିଲେ । ରକ୍ତଦାନ ମହତ ଦାନ ସମସ୍ତଙ୍କୁ ଅଧିକ ରୁ ଅଧିକ ରକ୍ତଦାନ କରିବା ପାଇଁ ଏସଡିପିଓ ଗୌର ଚନ୍ଦ୍ର ସାହୁ ଅନୁରୋଧ କରିଥିଲେ । ଆମ୍ବେଦକର ଯୁବକ ସଂଘ ଉପଦେଷ୍ଟା ତୁଳସୀ ରାମ ଜଗତଙ୍କ ନେତୃତ୍ୱ ରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ସଂଘ ସଭାପତି ରୋହନ କୁମାର ମହତ, ସମ୍ପାଦକ ମୋହନ ସୁନା , ସହ ସଂପାଦକ ରାଜେଶ ମହାନନ୍ଦ, ଉପଦେଷ୍ଟା ଯୁଗଳ କିଶୋର ଶବର ,ପ୍ରେସ କ୍ଲବ ସଭାପତି ପ୍ରଭାଜିତ୍ ସିଂ ସାଲୁଜା, ସମାଜସେବୀ ଯୋଗେଶ ପାନିକା, ପିଙ୍କି ଖର୍ସେଲ ,ପ୍ରମୋଦ ବେହେରା, ରାଜୁ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post