ରଞ୍ଜନ ଦାସ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିର୍ବାଚିତ


ବାଲେଶ୍ୱର, ୨୮/୭(ଲକ୍ଷ୍ମୀଧର ବାରିକ): ଭାରତୀୟ ଯୁବ କଂଗ୍ରେସ ତରଫରୁ ଗତ ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥିବା ଯୁବ କଂଗ୍ରେସ ନିର୍ବାଚନରେ ବାଲେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ନିର୍ବାଚନରୁ ଇଂ. ରଞ୍ଜନ କୁମାର ଦାସ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ଶ୍ରୀ ଦାସ ଜିଲ୍ଲା ଯୁବ କଂଗ୍ରେସ ସଭାପତି ମନୋନୀତ ହୋଇଥିଲେ । ବାଲେଶ୍ୱର ଜିଲ୍ଲରେ ରଞ୍ଜନ ଅନେକ ବର୍ଷ ଧରି ଦଳର ଜଣେ ନିଷ୍ଠାବାନ ଓ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରିଆସିଛନ୍ତି । ଶ୍ରୀ ଦାସ କ୍ରମାଗତ ଭାବେ ଦୁଇଥର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଏବଂ ଗେଙ୍ଗୁଟି ପଂଚାୟତର ପାଂଚ ବର୍ଷ ସମିତିସଭ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ସୁଚାରୁ ରୂପେ ତୁଲାଇଛନ୍ତି । ସେ ନିର୍ବାଚିତ ହେବାର ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ନିର୍ବାଚନରେ ବିଜୟ ଲାଭ କରିଥିବାରୁ ଶ୍ରୀ ଦାସ ରାଷ୍ଟ୍ରୀୟ ସଭାପତି ବି. ଭି ଶ୍ରୀନିବାସ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲା ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, କଂଗ୍ରେସର ସମସ୍ତ ନିର୍ବାଚନମଣ୍ଡଳିର ନେତୃବୃନ୍ଦ ସର୍ବୋପରି ତାଙ୍କୁ ଭୋଟ ଦେଇ ନିର୍ବାଚିତ କରେଇଥିବା ଜିଲ୍ଲା ଯୁବ କଂଗ୍ରେସ କର୍ମୀମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ବାଲେଶ୍ୱର ଜିଲ୍ଲାରେ ସଂଗଠନ ସୁଦୃଢ କରିବା ଦିଗରେ ପ୍ରଚେଷ୍ଟା କରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

Post a Comment

Previous Post Next Post