ଶିଶୁ ବିକାଶ ବିଦ୍ୟା ମନ୍ଦିର ସହଦେବଖୁଣ୍ଟାରେ ରକ୍ଷା ବନ୍ଧନ ପୂର୍ଣ୍ଣିମା ପାଳିତ ହୋଇଯାଇଅଛି


ବାଲେଶ୍ଵର,୩୧/୮(ଲକ୍ଷ୍ମୀଧର ବାରିକ) ରକ୍ଷା ବନ୍ଧନ ପୂର୍ଣ୍ଣିମା ଏବଂ ବଳଦେବ ଜୀଉଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁରୀ ସରସ୍ୱତୀ ଆବାସିକ ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ଶିଶୁ ଭାଇ ଭଉଣୀ ତଥା ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କ ଦ୍ୱାରା ଯଥାରୀତି ରକ୍ଷା ବନ୍ଧନ ପାଳିତ ହୋଇଯାଇଅଛି। ଏହି ଅବସରରେ ଶିଶୁ ଭାଇ ଭଉଣୀମାନେ ପରସ୍ପରକୁ ବନ୍ଦାଇବା ସହିତ ରାକ୍ଷୀ ବାନ୍ଧି ମିଷ୍ଠାନ ଖୁଆଇଥିଲେ। 

ସେହିପରି ଶିଶୁ ଭାଇ ଭଉଣୀ ଏବଂ ଆଚାର୍ଯ୍ୟାମାନଙ୍କ ଦ୍ୱାରା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ସହଦେବଖୁଣ୍ଟାରେ ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବା ଡକ୍ଟର ଲମ୍ବୋଦର ବଳଙ୍କ ହାତରେ ଶିଶୁ ଭଉଣୀ ତଥା ଆଚାର୍ଯ୍ୟାମାନେ ରକ୍ଷା ବନ୍ଧନ କରିଥିଲେ ଏହାସହିତ କିଛି ସଫାଇ କର୍ମଚାରୀଙ୍କ ହାତରେ ମଧ୍ୟ ରକ୍ଷାବନ୍ଧନ କରିଥିଲେ ଏବଂ ଚାନ୍ଦମାରୀ ପଡିଆ ବଜାରରେ ଉପସ୍ଥିତ ରହି ଏଠାକୁ ଆସୁଥିବା ସମସ୍ତ ଲୋକଙ୍କୁ ଶିଶୁ ଭଉଣୀମାନଙ୍କ ଦ୍ବାରା ରକ୍ଷା ବନ୍ଧନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରଶ୍ମି କାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଆଚାର୍ଯ୍ୟା ଗାୟତ୍ରୀ ପ୍ରହରାଜ, ଶ୍ରେଷ୍ଠା ମାଇତି, ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ଜେନା, ରଞିତା ଦାସ, କବିତା ମଞରୀ ପ୍ରଧାନଙ୍କ ସହ ଆଦ୍ୟାଶା ଅଭିଲିପ୍ସା ପ୍ରହରାଜ ଭଉଣୀ, ମାହେଶ୍ୱରୀ ମୁଖୀ ଭଉଣୀ, ଦୀପକ ମହାର୍ଣ୍ଣା ଭାଇ, ନରେଶ ମୁଦୁଲି ଭାଇ ରହି ସୂଚାରୁ ରୂପେ ପରିଚାଳନା କରିଥିଲେ।

Post a Comment

Previous Post Next Post