ସିନ୍ଧେକେଲା ନୂତନ ଥାନାଧିକାରୀଙ୍କୁ ଭେଟିଲା ବଣିକ ସଙ୍ଘ


ସିନ୍ଧେକେଲା,୨୭/୨ (ଦୀନେଶ ଜୈନ) ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଆଇଆଇସି ବସନ୍ତ ଦଳାଇଙ୍କ ବଦଳି ହେଲା ପରେ ସିନ୍ଧେକେଲା ଥାନାରେ ନୂତନ ଆଇଆଇସି ଭାବରେ ପିତାମ୍ବର ମଳିକ ଯୋଗଦାନ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ବଣିକ ସଙ୍ଘ ପକ୍ଷରୁ ତାଙ୍କୁ ଗାମୁଛା ଓଢ଼ାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବଣିକ ସଙ୍ଘ ସଭାପତି ସୁବାଷ ଜୈନ , ଉପ ସଭାପତି ଗୋବିନ୍ଦ ସାହୁ , ସହ ସମ୍ପାଦକ ଅନିଲ ତ୍ରିପାଠୀ , ମିଡିଆ ପ୍ରଭାରୀ ଦିନେଶ ଜୈନ ପ୍ରମୁଖ ତାଙ୍କୁ ଭେଟି ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଶେଷ କରି ଟ୍ରାଫିକ ଜାମ ଯୋଗୁଁ ଜିଲ୍ଲାପାଳଙ୍କ ଠାରୁ ଆଦେଶ ହୋଇଥିବା ସକାଳ ୯ ରୁ ରାତ୍ରି ୮ ଟା ପର୍ଯ୍ୟନ୍ତ ନୋ ଏଣ୍ଟ୍ରି କୁ କଡାକଡି କରାଯାଉ ବୋଲି ନୂତନ ଥାନାଧିକାରୀ ଶ୍ରୀ ମଳିକଙ୍କୁ ନିବେଦନ କରିଥିଲେ । ମେଟ୍ରିକ ପରୀକ୍ଷା ଚାଲୁଥିବା ତଥା ଷ୍ଟାଫର ଅଭାବ ଯୋଗୁଁ ସାମାନ୍ୟ ଅବହେଳା ହେଉଥିବା ସ୍ୱୀକାର କରିବା ସହ ତଥାପି ଏ ସମ୍ପର୍କରେ ଧ୍ୟାନ ଦେବାକୁ ମଳିକ ପ୍ରତିଶୃତି ଦେଇଥିଲେ।

Post a Comment

Previous Post Next Post