ଶାନ୍ତିକାନନରେ କଥାକାର କନ୍‌ହେଇଲାଲ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ


ବାଲେଶ୍ୱର, ୨୮/୭(ଲକ୍ଷ୍ମୀଧର ବାରିକ) ମାତ୍ର ଆଠବର୍ଷ ସମୟ ଅବଧିର ସାହିତ୍ୟ ସାଧନାରେ ବିଶିଷ୍ଟ କଥାକାର କନ୍‌ହେଇଲାଲ ଦାସ ଯୁଗଯୁଗ ପାଇଁ ଅମର ହୋଇଛନ୍ତି । ଦାରିଦ୍ର‌୍ୟର କଷାଘାତ ଭିତରେ ଜୀବନ ଜୀଉଁଥିବାବେଳେ ସେ ସ୍ୱପ୍ନ ଦେଖିନଥିଲେ, ବରଂ ବାସ୍ତବ ଘଟଣାବଳୀକୁ ଉପଜୀବ୍ୟ କରି ଯେଉଁ ସାରସ୍ୱତ ସର୍ଜନା ରଚିଯାଇଛନ୍ତି ସେଗୁଡ଼ିକ କାଳଜୟୀ ହୋଇପାରିଛି ବୋଲି ଶାନ୍ତିକାନନ ପରିସରରେ ଅନୁଷ୍ଠିତ କଥାକାର କନ୍‌ହେଇଲାଲ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ବକ୍ତାମାନେ ମତପୋଷଣ କରିଛନ୍ତି । ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରହିତ୍ୟ କରିଥିବାବେଳେ ବରିଷ୍ଠ ସାରସ୍ୱତ ସାଧକ ଡ. ପ୍ରହ୍ଲାଦ ଚରଣ ମହାନ୍ତି, ପ୍ରତିଭାଶ୍ରୀ ମୁଖ୍ୟ ପ୍ରଶାନ୍ତ ଦାସ, ଗବେଷକ ଡ. ସନ୍ତୋଷ କୁମାର ନାୟକ ଓ ଗାଳ୍ପିକା ସ୍ମୃତି ଦାସ ବକ୍ତାଭାବରେ ମଞ୍ଚମଣ୍ଡନ କରିଥିଲେ। ଯୁଗ୍ମସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ପ୍ରାକ୍‌ସୂଚନା ଦେଇଥିଲେ ଓ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀନବନ୍ଧୁ ଲେଙ୍କା, ଦୀପକ ବୋଷ, ନିବାରଣ ଜେନା, ଡ. ଶିରୀଶ ଚନ୍ଦ୍ର ଜେନା, ଅରୁଣା ରାୟ, ନିରଞ୍ଜନ ରାଉତ, ଜ୍ୟୋତ୍ସ୍ନା ରାୟ, ଡ. ଭାଗବତ ପ୍ରସାଦ ଦାସ, କରୁଣା କର ସ, ଦୀପକ ଦାସ, କମଳାକାନ୍ତ ଦାଶ, ନିରଞ୍ଜନ ସାହୁ, ସଞ୍ଜୟ ପଣ୍ଡା, ଲକ୍ଷ୍ମୀକାନ୍ତ ବେହେରା, ଶରତ କୁମାର ମହାପାତ୍ର, କମଳାକାନ୍ତ ନାୟକ, ବେଣୁଧର ସାହୁ, ଚଳନ ସିଂ, ଜିତେନ୍ଦ୍ର କୁମାର ଦାସ, ଶମ୍ଭୁନାଥ ପଣ୍ଡା, କୀର୍ତ୍ତିକୌଶିକ ଦାସ, ମାନସ କୁମାର ସେନାପତି, ଜୁମରନାଥ ପାତ୍ର, ରମେଶ ଦାଶ, ବିଦ୍ୟୁତ୍ ପ୍ରଜାପତି, ସୂଚିସ୍ମିତା ମହାଳିକ, ଅନିଷା ନାୟକ, ମୋନାଲିସା ଦାସ, ରଶ୍ମିତା ମହାପାତ୍ର, ଅପର୍ଣ୍ଣା ଦତ୍ତ, ପୁଷ୍ପଲତା ଚକ୍ରବର୍ତ୍ତୀ, ସଂଗୀତା ବାରିକ, ସୁବ୍ରତା ମହାନ୍ତି, ସତ୍ୟାନନ୍ଦ ଦାସ, ଅଭିପ୍ସା ବେହେରା, ନିତ୍ୟାନନ୍ଦ ରାଉତ, ଶାନ୍ତନୁ କୁମାର ଜେନା, ବଳରାମ ପାତ୍ର, ହରିହର ମହାର୍ଣ୍ଣା, ମଧୁସୂଦନ ମାଝୀ, ପଦ୍ମଲୋଚନ ଦତ୍ତ, ବାସନ୍ତୀ ଦେ, ଦୀପ୍ତିଲତା ଦାସ, ଶ୍ରୀରୂପାମଞ୍ଜରୀ ସେନ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post