ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ଓଡ଼ିଶା ସାଧାରଣ ସମ୍ପାଦକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା


ବାଲେଶ୍ଵର, ୨୮/୭ (ଲକ୍ଷ୍ମୀଧର ବାରିକ): ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ଓଡ଼ିଶା ରାଜ୍ୟର ସାଧାରଣ ସମ୍ପାଦକ ଡ଼. ଚିତ୍ତରଞ୍ଜନ ପଣ୍ଡା ଦାୟୁତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ବାଲେଶ୍ଵର ଜିଲ୍ଲା ଗସ୍ତ ଅବସରରେ ବାଲେଶ୍ଵର କର୍ମଚାରୀ ସଂଘ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ କସବା ଜୟପୁର ଗ୍ରାମର ସ୍ୱର୍ଗତ ମୁକ୍ତିକାନ୍ତ ପଣ୍ଡା ଓ ମଞ୍ଜୁଲତା ପଣ୍ଡାଙ୍କ ସୁପୁତ୍ର ଅଟନ୍ତି। ସମଗ୍ର ଭାରତ ବର୍ଷର ସର୍ଵକନିଷ୍ଠ ସାଧାରଣ ସମ୍ପାଦକ ଭାବେ ଗୌରବ ଅର୍ଜିନ କରିଛନ୍ତି। ଡ଼.ପଣ୍ଡାଙ୍କ ସହ,ଉପସଭାପତି ତପନ କୁମାର ପାଲ, ଉପ ସାଧାରଣ ସମ୍ପାଦକ ମୁଖ୍ୟାଳୟ ନିର୍ମଳ କୁମାର ପଣ୍ଡା, କୋଷାଧ୍ୟକ୍ଷ ଗୁରୁପଦ ଦାଶ,ଓଡ଼ିଶା କର୍ମଚାରୀ ସଂଘର ସଭାପତି ସ୍ୱାଧିନ କୁମାର ଦାଶ , ବାଲେଶ୍ଵର ଜୋନର ଉପ ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାକୁ ସଭାପତି ସ୍ୱାଧିନ କୁମାର ଦାଶ ସଭାପତିତ୍ୱ କରିଥିଲେ। ଆଞ୍ଚଳିକ ସମ୍ପାଦକ ମାନଶ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଏଥିରେ ବାଲେଶ୍ଵର ଆଞ୍ଚଳିକ ପ୍ରବନ୍ଧକ ଯଶୋବନ୍ତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବାଲେଶ୍ଵର ସଂଘର ସାଧାରଣ ସମ୍ପାଦକ ପରମାନନ୍ଦ ଦେ ଧନ୍ୟବାଦ ଦେଇଥିଲେ। ସବ୍ୟସାଚୀ ରାଉତ, ବିଶ୍ୱ ସୁନ୍ଦର ଦାଶଙ୍କ ସହିତ କର୍ମଚାରୀ ସଂଘ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Post a Comment

Previous Post Next Post