ଗୋଣ୍ଡି ଧର୍ମର ରାତ୍ରି କାଳୀନ "ଗୋଉରା କଳସ ସ୍ଥାପନ ଓ ବଡ଼ାଦେବ ମହା ପୂଜନ"କାର୍ଯ୍ୟକ୍ରମ ଅନୁଷ୍ଠିତ


ନୂଆପଡା : (ଆଜତକ୍ ଓଡ଼ିଶା) ଗତ ୨୨/୦୫/୨୦୨୩ ରିଖ ସୋମବାର ଦିନ ଦର୍ଲି ଗ୍ରାମ ନୂଆପଡା ବ୍ଲକ  ( ଓଡ଼ିଶା) ଠାରେ ଓଡିଶା ଗୋଣ୍ଡି ଧର୍ମ ସଂରକ୍ଷଣ ସମିତି ଓ ଗୋଣ୍ଡୱାନା ସେବାସଂଘ ଟ୍ରଷ୍ଟ ନୂଆପଡା ଏବଂ ନୂଆପଡ଼ା ଗୋଣ୍ଡ ସମାଜ ସାଗା ବନ୍ଧୁଙ୍କ ମିଳିତ ପ୍ରୟାସ ରେ ଏକ ରାତ୍ରି କାଳୀନ "ଗୋଉରା କଳସ ସ୍ଥାପନ ଓ ବଡ଼ାଦେବ ମହା ପୂଜନ"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଗୋଣ୍ଡୱାନା ଗୁରୁଦେବ ପରମ ଶ୍ରଧ୍ୟେୟ ମହାକାଳ ଦୂର୍ଗେ ଭଗତ ଜଗତ ଜୀ ଏବଂ କରୁଣାମୟୀ ଗୁରୁମାତା ଦୂର୍ଗେ ଦୁଲେଶ୍ୱରୀ ଦାଈଙ୍କ ଆଶୀର୍ବାଦ ଓ ସନ୍ନିଧ୍ୟରେ ୪୬୪ ସଂଖ୍ୟକ ଗୋଉରା କଳସ ଯାତ୍ରା ଓ କଳସ ସ୍ଥାପନ ଏବଂ ବଡ଼ାଦେବ ମହା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବରେ ଗୋଣ୍ଡୱାନା ଗୁରୁମ।ତା ଦୂର୍ଗେ ଦୁଲେଶ୍ୱରୀ ଶିଦାର (ଅଧ୍ୟକ୍ଷ। ଜନପଦ ପାଞ୍ଚାୟତ ପାଲି, ଜିଲ୍ଲା - କୋର୍ବା ୩୬ଗଡ), ସମ୍ମାନୀତ ବିଶିଷ୍ଟ ଅତିଥି ତିରୁମାଳ - ଖାମ ସିଂ ମାଝୀ (ରାଷ୍ଟ୍ରୀୟ)( ଅଖିଳ ଭାରତୀୟ ଗୋଣ୍ଡ ମହା ସଭା କାର୍ଯ୍ଯ କାରିଣୀ ସଭାପତି ),ସମ୍ମାନୀତ ଅତିଥି ତିରୁମାଳ- ଘାସିରାମ ମାଝୀ (ଖୋଲହା ରାଜ ରାଜ୍ୟ ସଭାପତି), ତିରୁମୟୀ - ବସନ୍ତା ଠାକୁର (ଉପା- ଧକ୍ଷା ୧୮ଗଡ ଖୋଲହାରାଜ),ତିରୁମାଳ- ଭାନୁପ୍ରତାପ ସିଂ ମାଝୀ (ଜିଲ୍ଲାପରିଷଦ ଜୋନ ନଂ-୮ ନୂଆପଡା),ତିରୁମୟୀ- ଉମା ଠାକୁର (ଜିଲ୍ଲାପରିଷଦଜୋନ ନଂ -୯ ନୂଆପଡା), ତିରୁମାଳ- ସୁବ୍ରତ କୁମାର କୁଅଁର (ରାଜ୍ୟ ଯୁବ ଗୋଣ୍ଡୱାନା ସଂଘ୍ ସଭାପତି) ଓଡ଼ିଶା, ଖୋଲହାରାଜ ର ସମସ୍ତ ସର୍କଲ ସଭାପତି, ସଚୀବ ମାନେ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗେ।ଣ୍ଡ ସମାଜ ପାଖା ପାଖି ୧୫୦୦୦ (ହଜାର) ରୁ ଅଧିକ ସଂଖ୍ୟକ ସାଗା ବନ୍ଧୁ ପଡୋଶୀ ରାଜ୍ୟ ୩୬ଗଡ,ମଧ୍ୟପ୍ରଦେଶ ତଥା ଓଡିଶା ପ୍ରଦେଶ ର କଳାହାଣ୍ଡି, ବରଗଡ, ବଲାଙ୍ଗୀର ଓ ନୂଆପଡା ରୁ ଉପସ୍ଥିତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ର କାର୍ଯ୍ୟକାରିଣୀ ସଭାପତି ତିରୁମାଳ- ପ୍ରଦୀପ ମାଝୀ, ତିରୁମାଳ -ବଜରଙ୍ଗ ମାଝୀ (ଜି.ଏସ.ଏସ. ଟି. ସଭାପତି ନୂଆପଡ଼ା), ତିରୁମାଳ- ଦିନେଶ କୁମାର ମାଣ୍ଡବୀ (ଓଡିଶା ଗୋଣ୍ଡିଧର୍ମ ସଂରକ୍ଷଣ ସମିତି ପ୍ରଭାରୀ)ଜି.ଏସ.ଏସ. ଟି ନୂଆପଡା ର ସମସ୍ତ ସଦସ୍ୟ ସଦସ୍ୟା, ନୂଆପଡ଼ା ବ୍ଲକ୍ ତଥା ଦର୍ଲିନୂଆପଡା ଗ୍ରାମର ସମସ୍ତଗେ।ଣ୍ଡ ସମାଜ ମାତୃଶକ୍ତି, ପିତୃଶକ୍ତି ଯୁବଶକ୍ତି, ଯୁବତୀଶକ୍ତି ଙ୍କ ସହଯୋଗ କ୍ରମେ ଶାନ୍ତି ଶୃଙ୍ଖଳା ରେ ଏହି କାର୍ଯ୍ୟକ୍ରମ ଟି ସଫଳ ରୂପରେ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ -ଗେ।ଣ୍ଡ ସମାଜ ର ସଂସ୍କୃତି, ପରମ୍ପରା, ଓ ରୂଢିପ୍ରଥା କୁ ବଜାଇ ରଖି ତଥା ଶିକ୍ଷା , ରୋଜଗାର ,ନିଶା ମୁକ୍ତ ,ସଶକ୍ତ ସମାଜ ଗଠନ କରିବା ଆମର ଉଦ୍ଦେଶ୍ୟ ଥିଲା ।

Post a Comment

Previous Post Next Post