ଜଙ୍ଗଲକୁ ନିଆ ଦାଉରୁ ରକ୍ଷା କରିବାକୁ ସଚେତନତା ସଭା


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ଖରାଦିନରେ ଜଙ୍ଗଲରେ ନିଁଆ ଲାଗିବା ଏକ ନିୟମିତ ଘଟଣା ତେଣୁ ତାକୁ ଆଖି ଆଗରେ ରଖି ଜଙ୍ଗଲ ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।କଣ୍ଟାବାଞ୍ଜି ବନାଞ୍ଚଳର ଅଧିକାରୀ ଶ୍ରୀ ଶ୍ରଦ୍ଧାଦେବ ବଡ଼ମାଳିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ପ୍ରକୃତିବନ୍ଧୁ ବିରଂଚି ନାରାୟଣ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।ମଣିଷ ଚାହିଁଲେ ଜଙ୍ଗଲ ସୁରକ୍ଷା ଓ ନିଁଆକୁ ଆୟତ୍ତ କରାଯାଇ ପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଜନସାଧାରଣ ମାନଙ୍କୁ ନାଚଗୀତ ମାଧ୍ୟମରେ ସଚେତନତା କରିବା ପାଇଁ ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ନୃତ୍ୟ ପରିବେଷଣ କରିଥିଲେ।ବରକାନୀ,ପାଟିମାଲ,ବକବାହଲ,କମେଇମୁଣ୍ଡା,ରାମୁଡ,ମାନ୍ଦଲା,ତୁରେକେଲା ଆଦି ଗ୍ରାମରେ ସଚେତନତା ସୃଷ୍ଟି କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବନାଞ୍ଚଳ ଅଧିନରେ କର୍ମରତ କର୍ମଚାରୀ ଚନ୍ଦ୍ରକାନ୍ତୀ ସୁନା,ରିତାଞ୍ଜଳି ନିଆଲ,ଫରେଷ୍ଟର ନୃତମଣି ମହାନନ୍ଦ,ବିଘ୍ନରାଜ ପୋଡ଼,ପାରାଗାର୍ଡ ଜଳ ବନ୍ଛୋର,ରାମ ମାଝୀ, ଡିଇଓ ସମିର କୁମାର ସିଂଦେଓ,ବିଷ୍ଣୁ ଛୁରା,ଆଦି ସହଯୋଗ କରିଥିଲେ ।

Post a Comment

Previous Post Next Post