ନଣନ୍ଦ ଓ ନଣନ୍ଦେଇ ଙ୍କ ଆକ୍ରମଣ ରେ ଗୁରୁତର ନିର୍ଯ୍ୟାତିତ ସପ୍ତମୀ, ନ୍ୟାୟ ପାଇଁ ଯୋଡିହେଲା ମହିଳl ଆଞ୍ଚଳିକ ମଞ୍ଚ

 


କେନ୍ଦ୍ରାପଡା : ମହାକାଳପଡ଼ା ବ୍ଲକ ଜମ୍ବୁ ସାମ୍ୱଦ୍ରିକ ଥାନା ଅଞ୍ଚଳ ରାମନଗର ପଂଚାୟତ ପିତାପାଟ ଗାଁ ର ସପ୍ତମୀ ମିସ୍ତ୍ରୀ ଦୁଇ କନ୍ୟାର ଜନନୀ ହେବାରୁ ପତି ଙ୍କ ପରିବାର ପକ୍ଷରୁ ଏକାଧିକ ବାର ନିର୍ଯ୍ୟାତନାର ଶିକାର ହେଉଥିଲେ l ପରବର୍ତ୍ତୀ ସମୟରେ କାମୁକ ପତି ଗୌତମ ମିସ୍ତ୍ରୀ ପତ୍ନୀ ଓ ଦୁଇକନ୍ୟାକୁ ଗାଁରେ ଛାଡି ଅନ୍ୟ ତନ୍ତିଆପାଳ ଥାନା ଚକୋଡା ର ବିଧବା ରେବତୀ ମଣ୍ଡଳ ଙ୍କ ସାଥିରେ ଧରି ବାହାର ରାଜ୍ୟ କୁ ଚାଲିଯାଇଥିଲେ l ବିଧବାଙ୍କ ପ୍ରଣୟରେ ମସଗୁଲ ରହି ବିବାହିତ ପତ୍ନୀ ସନ୍ତାନ କଥା ଭୁଲି ଯାଇ ଥିଲେ ଗୌତମ l ଶାଶୁ ଘର ଲୋକେ ପୁଅଙ୍କ ଇଙ୍ଗିତରେ ବୋହୁ କୁ ନିର୍ଯ୍ୟାତିତ କରି ଘରୁ ତଡ଼ିଦେବାକୁ ପ୍ରୟାସ କରୁଥିବାର ସପ୍ତମୀଙ୍କ ବାପଘର ଲୋକେ କହନ୍ତି l ଏହିଭାବେ ରବିବାର ଦିନ ସପ୍ତମୀ ଙ୍କ ଶାଶୁ ଙ୍କ ଆହ୍ୱାନ କ୍ରମେ ନଣନ୍ଦ ଓ ନଣନ୍ଦେଇ ମିଳିତ ଭାବେ ଆକ୍ରମଣ କରି କୁରାଢ଼ୀ ଓ ଢେଙ୍ଗା ରେ ମୁଣ୍ଡ ଫଟାଇ ଗୁରୁତର ଭାବେ ଅଚେତ କରି ପକାଇଦେଇଥିବାର ସପ୍ତମୀ କହନ୍ତି l ମହାକାଳପଡ଼ା ରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ପଡୋଶୀ ମାନେ ନେଇ ଯାଇଥିବା ବେଳେ ଶାଶୁ ଘର ଲୋକେ ଦୁର୍ଘଟଣା ଯୋଗୁ ଗୁରୁତର ହୋଇଥିବାର କହିଥିଲେ l ସପ୍ତମୀଙ୍କ ପକ୍ଷରୁ ଜମ୍ବୁ ଥାନାରେ ଅଭିଯୋଗ ହେବାରୁ ପୋଲିସ ଘଟଣାର ତଦନ୍ତ କରି ନଣନ୍ଦ ସୋନାଲି ମଣ୍ଡଳ ଓ ନଣନ୍ଦେଇ ବିଷ୍ଣୁ ପଦ ମଣ୍ଡଳ ଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ଼ କରିଛି l ସେପଟେ ନିର୍ଯ୍ୟାତିତ ବଧୂ ସପ୍ତମୀ ଙ୍କ ନ୍ୟାୟ ପାଇଁ ଅଂଟାଭିଡ଼ିଛନ୍ତ ସ୍ଥାନୀୟ, "ମା ରାମଚଣ୍ଡୀ ଆଞ୍ଚଳିକ ମଞ୍ଚର" ମହିଳା ମାନେ l ସ୍ଥାନୀୟ ମହିଳା ମାନେ ଶାଶୁ ରେଖା ଓ ଶ୍ୱଶୁର ଗୋଷ୍ଠ ମିସ୍ତ୍ରୀଙ୍କ ଙ୍କ ସହିତ ଆଲୋଚନା କରି ସପ୍ତମୀ କୁ ବୋହୂର ମର୍ଯ୍ୟାଦା ଦେଇ ସହଯୋଗ ବାତାବରଣ ମଧ୍ୟରେ ଚଳିବାକୁ ପରାମର୍ଶ ଦେଇଥିବାର ଜଣାପଡିଛି l ମା ର ଏଭଳି ଅବସ୍ଥାର ମୁକ ସାକ୍ଷୀ କୁନି ଝିଅ ମୀରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ପ୍ରଶାସନ ନିର୍ଯ୍ୟାତିତ ମହିଳାଙ୍କ ପତି, ମୂଳ ଆସାମୀ ଗୌତମଙ୍କୁ ବାହାର ରାଜ୍ୟରୁ ଠାବ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଞ୍ଚର ମହିଳାମାନେ ଦାବିକରନ୍ତି l ଅନୁପାତିକ ଭାବେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଲିଙ୍ଗ ଭେଦାଭେଦ ନେଇ ପରିବାର ତଥା ବନ୍ଧୁବାନ୍ଧବ ଙ୍କ କନ୍ୟା ସନ୍ତାନର ଜନନୀ ଙ୍କ ପ୍ରତି ନିର୍ଯ୍ୟାତନା କୁ ସାଧାରଣ ରେ ନାପସନ୍ଦ କରାଯାଉଛି l

2 Comments

Post a Comment

Previous Post Next Post