ଜଳେଶ୍ଵର ବ୍ଲକ,୧୩/୭ (ଜଗନ୍ନାଥ ଗୋଛାୟତ) ସରକାର ସବୁ ଘରକୁ ପାଣି ଯୋଗାଇବା ପାଇଁ ବଦ୍ଧ ପରିକର ଥିବା ବେଳେ ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତରେ ଆଜି ଚତୁର୍ଥ ପାଣିଉତ୍ସ ଉଦ୍ଦଘାଟିତ ହୋଇ ଯାଇଛି।ପୂର୍ବରୁ ଉକ୍ତ ରାଜସ୍ବ ଗ୍ରାମରେ ଗୋଟିଏ ପାଣି ଉତ୍ସ ଥିବା ବେଳେ ସେଥିରେ ଚାରିଟି ପଡ଼ା ଗ୍ରାମର ଲୋକ ଯଥା- ମୂଳ ଗ୍ରାମ କୋଟସାହି ସହ ଡିଙ୍ଗାଶୋଳ, ବାଗ, ବଙ୍ଗା ପଡ଼ା ଗ୍ରାମ ସହ ଜାମପୁର ରାଜସ୍ବ ଗ୍ରାମ ମୋଟ୍ ୫ ଟି ଗ୍ରାମର ଲୋକ ପାଣି ବ୍ୟବହାର କରନ୍ତି। ତେବେ ୫ ଶହରୁ ଅଧିକ ପରିବାର ପାଣି ବ୍ୟବହାର କରୁ ଥିବାରୁ ପାଣିର ତୀବ୍ରତା କମ୍ ହେଉଥିଲା। ଲୋକେ ଠିକ୍ ଭାବରେ ପାଣି ପାଉ ନ ଥିଲେ।ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ପ୍ରତିନିଧି ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବ୍ରଜ ମୋହନ ପ୍ରଧାନଙ୍କ ପ୍ରଚେଷ୍ଟାରେ ଗ୍ରାମର ଲୋକଙ୍କୁ ପ୍ରତିଶୃତି ଦେବା ସହ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କୁ ଅନ୍ୟ ଏକ ପାଣି ଉତ୍ସ ଖନନ ପାଇଁ ନିବେଦନ କରିଥିଲେ। ତଦନୁଯାୟୀ ବିଭାଗ ପକ୍ଷରୁ ଡିଙ୍ଗାଶୋଳ ଗ୍ରାମର ଦକ୍ଷିଣ ପାଖ ଆଡ଼ିଆ ଠାରେ ପଞ୍ଚାୟତର ଚତୁର୍ଥ ପାଣି ଉତ୍ସ ଖନନ ପାଇଁ ସ୍ଥିର ହୋଇ ଆଜି ପୂର୍ବାହ୍ନରେ ଗ୍ରାମର ମୁଖ୍ୟ ଗୋବିନ୍ଦ ଚନ୍ଦ୍ର ପରିଡ଼ା ଓ ଗ୍ରାମବାସୀ ମିଳିତ ହୋଇ ଗ୍ରାମର ପଣ୍ଡିତ ଜଗନ୍ନାଥ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହିତ ଅତିଥି ଭାବରେ ବ୍ରଜ ମୋହନ ପ୍ରଧାନ ଯୋଗ ଦେଇ ଆନୁଷ୍ଠାନିକ ଭାବେ ନଡ଼ିଆ ଫଟେଇ ଉକ୍ତ ପାଣିଉତ୍ସ ଖନନର ଶୁଭ ଉଦଘାଟନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରତ୍ୟେକ ଘରକୁ ପାଣି ଯୋଗାଇ ଦେବା ପାଇଁ ସଂକଳ୍ପ କରି ଥିବାରୁ ଅପହଞ୍ଚ ଅଞ୍ଚଳରେ ମଧ୍ୟ ପାଣି ପହଞ୍ଚି ପାରିଛି ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଥିଲେ।ପାଣିଉତ୍ସ ଟି ହେବା ଦ୍ଵାରା ଡିଙ୍ଗାଶୋଳ ଓ ଜାମପୁର ଗ୍ରାମର ୨୫୦ ପରିବାରର ଲୋକେ ଭଲ ଭାବରେ ପାଣି ବ୍ୟବହାର କରିବା ସହ ପାଣି ର ଗତି ବଢ଼ିଯିବ ବୋଲି ମଧ୍ୟ ବକ୍ତବ୍ୟରେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମର ଗ୍ରାମ୍ୟ ମୁଖ୍ୟ ଗୋବିନ୍ଦ ଚନ୍ଦ୍ର ପରିଡ଼ା, ହରେନ୍ଦ୍ର ନାଥ ଜେନା, କୋଟସାହି ଗ୍ରାମ୍ୟ ମୁଖ୍ୟ କାହ୍ନୁ ଦାସ ମହାପାତ୍ର, ଡିଙ୍ଗାଶୋଳ ୱାର୍ଡ ସଭ୍ୟା ନମିତା ଜେନା, ଜାମପୁର ୱାର୍ଡ଼ ସଭ୍ୟା ଝିଲ୍ଲି ରାଣୀ ରାଉଳ, ନଗେନ୍ଦ୍ର ନାଥ ଜେନା, ପ୍ରଭାକର ଜେନା, ବିକର୍ତ୍ତନ ଜେନା, କାହ୍ନୁ ଚରଣ ଜେନା, ସଞ୍ଜୟ କୁମାର ଜେନା, ରାଜକିଶୋର ଜେନା, ରଜନିକାନ୍ତ ଜେନା, ପ୍ରଭାକର ରାଉଳ, ମହେନ୍ଦ୍ର ଜେନା, ଶଶି ଭୂଷଣ ଜେନା, ଅଜୟ କୁମାର ଜେନା, ଖଗେନ୍ଦ୍ର ପରିଡ଼ା, କଳ୍ପନା ଜେନା, ରେବତୀ ଜେନା, ସବିତା ଜେନା, ଅତୁଲ କୁମାର ଜେନା, ମନୋରଞ୍ଜନ ଜେନା ପ୍ରମୁଖ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Post a Comment