ଜଳେଶ୍ଵର, ୧୩/୦୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ସ୍ଥିତ ଗାନ୍ଧୀ ସେବାଶ୍ରମ ଈସ୍ୱରଲାଲ ଶିଶୁ ଭବନ, ଶାନ୍ତିଆ ଜଳେଶ୍ଵରର ଛାତ୍ରୀ କୁମାରୀ ସୁନୀତା ଗିରିଙ୍କୁ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଏକ ସ୍ବତନ୍ତ୍ର ଉତ୍ସବରେ ସମର୍ଦ୍ଧିତ କରିଛନ୍ତି।କୁମାରୀ ସୁନୀତା ଗିରି ବାଲେଶ୍ଵର ଜିଲ୍ଲାରେ ଥିବା ୧୧ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ମଧ୍ୟରେ ଗତ ହାଇସ୍କୁଲ ପରୀକ୍ଷାରେ ସର୍ବଚ୍ଚ ନମ୍ବର ରଖି ସଫଳତାର ସହିତ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାରୁ ଜିଲ୍ଲା ପାଳ ମାହୋଦୟ ସମର୍ଦ୍ଧିତ କରିଛନ୍ତି। ସୁନୀତା ଜଣେ ଦିନ ମଜୁରିଆ ବିଧବା ମାଆ ର ଝିଅ ଅଟେ।ତାଙ୍କ ଘର ଜଳେଶ୍ଵର ବ୍ଲକ୍ ଅଧୀନସ୍ଥ ବାଇଗଣବାଡିଆ ଗ୍ରାମରେ ଅବସ୍ଥିତ।ତାଙ୍କ ବାପା କିଶାନ୍ ଗିରି ଦଶ ବର୍ଷ ତଳେ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ଆରପାରିକୁ ଚାଲିଗଲେ।ସ୍ଵାମୀଙ୍କ ମୃତ୍ୟୁ ପରେ ତାଙ୍କ ମାଆ ରିନା ରାଣୀ ଗିରି ତିନି ଜଣ ପିଲାଙ୍କର ଲାଳନ ପାଳନ ପାଇଁ ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରନ୍ତି ତାହାକୁ ପରିବାର ପ୍ରତିପୋଷଣ କରୁଥିଲେ ।ଏହି ପରିସ୍ଥିତିରେ ସୁନୀତା ନିଜ ଆଈ ଘରକୁ ଆସି ସେଠାରେ ରହିଥିଲେ। ଏହି ପରି ଅବସ୍ଥାରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନଜରକୁ ଆସିଥିଲା ଏବଂ ତାଙ୍କୁ ଗାନ୍ଧୀ ସେବାଶ୍ରମ, ଶାନ୍ତିଆ, ଜଳେଶ୍ଵର ରେ ଭର୍ତ୍ତି କରିଥିଲେ।ସେ ପାଞ୍ଚ ବର୍ଷ ଧରି ଉକ୍ତ ଆଶ୍ରମରେ ରହିଥିଲେ ଏବଂ ଶାନ୍ତିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ଭାବରେ ମାଟ୍ରିକ ପରୀକ୍ଷା ଦେଇଥିଲେ। ସୁନୀତା ଦିନକୁ ଦଶ ଘଣ୍ଟା ପରିଶ୍ରମ କରୁଥିଲେ ଏବଂ ଭବିଷ୍ୟତରେ ନିଜ ଗୋଡ଼ରେ ପ୍ରତିଷ୍ଠିତ ହେବା ପାଇଁ ସ୍ବପ୍ନ ଦେଖୁଥିଲେ। ପ୍ରକାଶ ଥାଉକି ଗାନ୍ଧୀ ସେବାଶ୍ରମରେ ଛଅ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ସଫତାର ସହିତ ପ୍ରଥମ ଶ୍ରେଣୀରେ ହୋଇଛନ୍ତି ଏହା ଅନୁଷ୍ଠାନ ପାଇଁ ଏକ ବିରଳ ସଫଳତା ଆଣି ଦେଇଛି।

Post a Comment