ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ସମର୍ଥକ ବିଜେପି କର୍ମୀ ଙ୍କୁ ଧମକ ଅଭିଯୋଗ


ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ରେ ଭାରତୀୟ ଜନତା ପାର୍ଟି ସମର୍ଥକ ଏବଂ କର୍ମୀ ଙ୍କ ପକ୍ଷରୁ ଖଡିଆଳ ଥାନା ରେ ଏକାଧିକ ଲିଖିତ ଅଭିଯୋଗ କରିଛନ୍ତି। ଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗ କରିଥିବା ବେଳେ ଜୀବନ ପ୍ରତି ଭୟ  ଥିବା ଯୋଗୁଁ  ସୁରକ୍ଷା ଦେବା ପାଇଁ ଖଡିଆଳ ପୋଲିସ ଙ୍କୁ ନିବେଦନ କରିଛନ୍ତି। ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଅଛି। ନିର୍ବାଚନ ଶେଷ ପରେ ଶାସକ ଏବଂ ବିରୋଧୀ ଦଳ କର୍ମୀ ନେତା ଙ୍କ ମଧ୍ୟରେ  ଗଣ୍ଡଗୋଳ ହୋଇଅଛି। ଫୋନ ଯୋଗେ ଧମକ ଚମକ ଦେଉଥିବା ନେଇ ଏକାଧିକ ଅଭିଯୋଗ ଖଡିଆଳ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ଏବଂ ଏସ୍ ଡ଼ିପିଓ ଅରୂପ ଅଭିଷେକ ବେହେରା ଙ୍କୁ  ଲିଖିତ ଅଭିଯୋଗ କରିଛନ୍ତି। ଏହା ନେଇ ପୋଲିସ ପକ୍ଷ ରୁ ଅଭିଯୋଗ ଦେଇଥିବା ବେଳେ ତଦନ୍ତ କରିବା ପାଇଁ ଏସ୍ ଡ଼ିପିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Post a Comment

Previous Post Next Post