ଜଳେଶ୍ୱର ୨୬/୭ (ଜଗନ୍ନାଥ ଗୋଛାୟତ) ଭଲପାଇ ବିବାହ ପରେ ନିଚ୍ଚ ଜାତିବୋଲି ବୋହୁକୁ ଠାକୁର ଘର ଓ ରୋଷେଇ ଶାଳ ବାରଣ ସହିତ ଦେଉଛନ୍ତି ଶାରିରୀକ ଓ ମାନସୀକ ନିର୍ଯ୍ୟାତନା । ତେଣୁ ନ୍ୟାୟପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପିଡିତା । ଏପରିଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି ଜଳେଶ୍ୱର ଥାନା ଅଂଚଳରୁ ।ବାଘାବାଳି ଗାଁର ଭାଗବତ ଜେନାଙ୍କ ସାନପୁଅ ଶାଶାଙ୍କ ଜେନା ବସ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ମାନସୀ (ଛଦ୍ମନାମ) ସହିତ ଅଢେଇବର୍ଷ ତଳେ ପ୍ରେମ ବିବାହ ହୋଇଥିଲା । କିନ୍ତୁ ଚତୁର୍ଥୀ ପରଠାରୁ ଜାତିଆଣା ଆକ୍ଷେପ କରି ଠାକୁର ଘର ଓ ରୋଷେଇ ଶାଳାକୁ ଶାଶୁଘର ଲୋକେ ବାରଣ କରିଥିଲେ । ନିଚ୍ଚ ଜାତିବୋଲି ଜାଣି ମଧ୍ୟ ବିବାହ ପରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ପିଡିତାଙ୍କ ପକ୍ଷରୁ ଥାନାରେ ମାମାଲା ରୁଜୁ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ମହିଳା ଜଣକ ଏକ ପଂଗୁଭାବେ ବସିରହୁଥିବା ବେଳେ ବିଭିନ୍ନ କଟୁକଥାର ସରବ୍ୟ ହେଉଛନ୍ତି । ଏଥିଲାଗି ଗାଁରେ ବାରମ୍ବାର ବୈଠକ ବସି ସମସ୍ୟାର ସମାଧାନ ଲାଗି ପ୍ରଚେଷ୍ଟା ହୋଇଥିଲେ ମଧ୍ୟ ଅଦ୍ୟାବଧି ସମାଧାନ ହୋଇପାରି ନାହିଁ । ଏବେ ମହିଳାଙ୍କର ୨ବର୍ଷର ପିଲା ମଧ୍ୟ ରହିଛି । ଶାଶୁ ଘର ଲୋକଙ୍କ କାର୍ଯ୍ୟାନୁଷ୍ଠାନ ସହିତ ନ୍ୟାୟ ଦାବିରେ ମହିଳା ଓ ତାଙ୍କ ପିତାଙ୍କ ପରିବାର ଜିଦ୍ଧରି ବସିଥିବା ବେଳେ ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ପ୍ରେମ ବିବାହ ପରେ ବୋହୁକୁ ମାନସିକ, ସାରିରୀକ ନିର୍ଯ୍ୟାତନା ପିଡିତାଙ୍କୁ ଠାକୁର ଘର ଓ ରନ୍ଧାଶାଳ ମନା : ଜଳେଶ୍ୱର ଥାନାରେ ମାମଲା
ଆଜତକ ଓଡ଼ିଶା
0
Post a Comment