ଜଳେଶ୍ୱର ୨୬/୭ (ଜଗନ୍ନାଥ ଗୋଛାୟତ) ଟାଟା ପାୱାର କମ୍ପାନୀର ମନମାନି ଓ ବେପରୁଆ ଭାବ ଯୋଗୁଁ ବିଦ୍ୟୁତ୍ ସଂକଟ ଓ ମରାମତି ଅଭାବରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତାହତ ସଂଖ୍ୟା ବଢିବାରେ ଲାଗିଛି । ଜଳେଶ୍ୱର ବିଦ୍ୟୁତ୍ ଡିଭିଜନ ଅନ୍ତର୍ଗତ ଜଳେଶ୍ୱର ଉପଖଣ୍ଡ ଅଂଚଳରେ ୨ଜଣଙ୍କ ବିଦ୍ୟୁତ୍ ସଂସ୍ପର୍ଶରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ନାମ୍ପୋ ବିଦ୍ୟତ୍ ସେକସନରେ ସମ୍ପତ୍ତିଆ ପଂଚାୟତର ସରିଷା ଗାଁର ମହେନ୍ଦ୍ର ନାଥ ଦାସଙ୍କ ସ୍ତ୍ରୀ ସୁଷମା ଦାସ(୫୦)ଙ୍କର ଆଜି ସକାଳେ ରାସ୍ତାରେ ଛିଡିପଡିଥିବା ବିଦ୍ୟୁତ୍ ତାର ସ୍ପର୍ଷରେ ଆସି ମୃତ୍ୟୁବରଣ କରିଛନ୍ତି । ସରପଂଚ ସୁଶାନ୍ତ ପ୍ରଧାନ ଓ ଗାଁର ଅନ୍ୟ କେତେକ ବ୍ୟକ୍ତି ଏକ ଏଲଟି ଲାଇନ୍ର ଖୁଣ୍ଟ ନଷ୍ଟ ହୋଇଥିବା ଓ ତାର ଓହଳି ପଡିଥିବା ସଂପର୍କରେ ବାରମ୍ବାର ଟାଟା ପାୱାର କମ୍ପାନୀକୁ ଜଣାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି । ଆଜି ସକାଳେ ସୁଷମା ଦାଣ୍ଡରେ ଯାଉଥିବା ବେଳେ ଛିଡିପଡିଥିବା ତାର ତାଙ୍କ ଗୋଡରେ ଛନ୍ଦି ହୋଇଯାଇଥିଲା । ଅନ୍ୟ କେତେକ ଲୋକ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ତଥାପି ତାଙ୍କୁ ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶଯୋଗ୍ୟ ତାଙ୍କର ଦୁଇ ଝିଅ ଭିନ୍ନକ୍ଷମ ଥିବାରୁ ସେମାନେ ବେସାହାରା ହୋଇଛନ୍ତି । ସୁଷମାର ମୃତ ଶରୀର ଧରି କଂଗ୍ରେସ ବ୍ଳକ ସଭାପତି ରାଜୀବ ପରିଡାଙ୍କ ନେତୃତ୍ୱରେ ପରିବାର ପକ୍ଷରୁ ନାମ୍ପୋ ଫାଣ୍ଡି ଆଗରେ ଧାରଣା ଦିଆଯାଇଥିଲା । ଖବର ପାଇ ଟାଟା ପାୱାର ସହକାରୀ ଯନ୍ତ୍ରୀ ଭୂବନାନନ୍ଦ ସାହୁ ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରି କ୍ଷତିପୂରଣ ଓ ତାର ମରାମତି ସଂପର୍କରେ ପ୍ରତିଶୃତି ଦେବାରୁ ଗ୍ରାମବାସୀ ଶାନ୍ତ ହୋଇଥିଲେ ।ସେହିପରି ରାଇବଣିଆ ଥାନା ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତର ଦୁର୍ଯ୍ୟଧନ ମଲ୍ଲିକ(୫୦) ବିଲରେ ଥିବା ଏକ ସେଲୋରୁ ମଂଗଳବାର ପାଣି ମଡାଇବାକୁ ଯାଇଥିଲେ । ସେଠାରେ ବିଦ୍ୟୁତ୍ ସଂସ୍ପର୍ଷରେ ଆସି ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ତାଙ୍କର ବିଧବା ପତ୍ନୀ ଓ ଦୁଇ ପୁଅଙ୍କୁ ସରକାରୀ ସହାୟତା ଯୋଗାଇବାକୁ ସରପଂଚ ଆଲୋକ ଗିରି ଓ ସମିତି ସଦସ୍ୟ ଗୋପାଳ ଚନ୍ଦ୍ର ସାମଲ ଦାବି କରିଛନ୍ତି ।

Post a Comment