ସ୍କୁଲ ଜମି ଚିହ୍ନଟ ପାଇଁ ମା’ ଦ୍ଵାରଶନୀ ୟୁଥ୍ କ୍ଲବ ପକ୍ଷରୁ ଦାବି ପତ୍ର


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) : ତୁରେକେଲା ବ୍ଲକ୍ ଦାବିରି ଗାଁରେ ସ୍କୁଲ ଶ୍ରେଣୀ କୋଠରି ଅଭାବ । ସ୍କୁଲ ଗୃହ ଆସିକି ୧୦ବର୍ଷ ଉର୍ଦ୍ଧ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜାଗା ଚିହ୍ନଟ ହୋଇପାରି ନାହିଁ। ୫ କିଲୋମିଟର ଦୂର କୁ ପାଠ ପଢ଼ିବା ପାଇଁ ଯାଉଛନ୍ତି ଛାତ୍ର ଛାତ୍ରୀ ଓ ତାଙ୍କ ଭବିଷ୍ୟତ ମଧ୍ଯ ଖରାପ ହେଇଛି। ଦାବ୍ରି ଗାଁର ଯେଉ ଜାଗାରେ ସ୍କୁଲ ଅଛି ତାହା ମଧ୍ୟ ଖରାପ ଜାଗା ଓ ଛୋଟ ଜାଗାରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
 ଏବେ ପଞ୍ଚମ ଶ୍ରେଣୀ ଯାଏଁ ୨୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପଢୁଛନ୍ତି। ପୁଣି ଷଷ୍ଠ ରୁ ଅଷ୍ଟମ ପର୍ଯ୍ୟନ୍ତ ନାମଲେଖାଇବା ମଞ୍ଜୁରୀ ହୋଇଛି। ତେଣୁ ନୂତନ କୋଠା ତିଆରି ପାଇଁ ନିଷ୍ପତି ନିଆଯାଇଛି। ଏଥିପାଇଁ ପୂର୍ବରୁ ସ୍ଥାନୀୟ ଆର୍‌ଆଇ ପରିଦର୍ଶନ କରି ଏକ ଜମି ମଧ୍ୟ ୪୬ ଡିସିମିଲ ଚିହ୍ନଟ କରିଥିଲେ। ସ୍କୁଲଗୃହ ଖେଲ ପଡିଆ ପାଇଁ ହେଲେ ତାହା ଉପଯୁକ୍ତ ହୋଇନଥିଲା। ସ୍କୁଲ ଗୃହ ଓ ଖେଲ ପଡିଆ ନିର୍ମାଣ ପାଇଁ ୧.୩ ଏକଡ଼ ରୁ ଉର୍ଦ୍ଧ ଜାଗାରେ ସ୍କୁଲ ଗୃହ ନିର୍ମାଣ ହେଲେ ଭଲ ହେବ ବୋଲି ସ୍କୁଲ ର ପ୍ରଧାନ ଶିକ୍ଷକ କହିଛନ୍ତି। ଏଣୁ ଠିକ ଜାଗାରେ ଜମି ଚିହ୍ନଟ କରିବାକୁ ସୋମବାର ତହସିଲଦାର ସମୀର ବେହେରାଙ୍କୁ ଗାଁର ମା’ ଦ୍ଵାରଶନୀ ୟୁଥ୍ କ୍ଲବ୍ ସଭାପତି ରାଜୁ ଛତ୍ରିଆଙ୍କ ନେତୃତ୍ବରେ ସଦସ୍ୟ ନବୀନ ଭୁଏ, ଲିଙ୍ଗରାଜ ସୁନା ପ୍ରମୁଖଙ୍କସହ ଗ୍ରାମବାସୀ ଏକ ଦାବିପତ୍ର ଦେଇଛନ୍ତି ।

Post a Comment

Previous Post Next Post