ରେଳ ଫାଟକ ଭାଙ୍ଗି ଚାଲିଗଲା ବାଉଁଶ ବୁଝେଇ ପିକ୍ଅପ୍ ଭ୍ୟାନ, ଟ୍ରେନ ଚଳାଚଳ ବିଳମ୍ବ


ଜଳେଶ୍ୱର ୧୬ା୮ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର-ପଶ୍ଚିମବାଡ ରାସ୍ତାର ଚୈତନ୍ୟ ସାହୁ ରୋଡ ନିକଟ ରେଳଅଭର ରେଳ ଫାଟକ ଭାଙ୍ଗି ଚାଲିଗଲା ପିକଅପ ଭ୍ୟାନ । ଏକବଡ ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ଏକ୍ସପ୍ରେସ ଟ୍ରେନର ଯାତ୍ରୀମାନେ । ସୂଚନାନୁଯାୟୀ ଏକ ଏକ୍ସପ୍ରେସ ଟ୍ରେନ ଆସୁଥିବାରୁ ରେଳ ଫାଟକଟି ବନ୍ଦ ହେଉଥିବା ବେଳେ ଏକ ବାଉଁଶ ବୋଝେଇ ପିକଅପ ଭ୍ୟାନ ରେଳ ଲାଇନ ପାର ହେବା ପାଇଁ ଆସିଥିଲା । ଫାଟକ ପଡିବାର ସିଗନାଲ ସତ୍ୱେ ପିକଅପ ଭ୍ୟାନର ଡ୍ରାଇଭର ରେଳ ଲାଇନ ଉପରକୁ ଭ୍ୟାନ ଟିକୁ ନେଇ ଆସିଥିଲେ । ଦୁଇପଟେ ଫାଟକ ବନ୍ଦ ହୋଇଯାଇଥିବା ବେଳେ ପିକ୍ ଅପ୍ଟି ରେଳ ଫାଟକକୁ ଭାଙ୍ଗି ଅନ୍ୟପଟକୁ ଚାଲିଯାଇଥିଲା । ଯାହା ଫଳରେ ଟ୍ରେନ ଆସିବାର ସିଗନାଲକୁ ବନ୍ଦ କରାଯାଇଥିଲା । ଫଳରେ ଏକ୍ସପ୍ରେସ ଟ୍ରେନଟି ଫାଟକ ଠାରୁ ଅଳ୍ପ ଦୂରରେ ଆସି ଛିଡା ହୋଇଯାଇଥିଲା । ବହୁ ସମୟ ପରେ ଟ୍ରେନଟି ନିଜଯାତ୍ରା ପଥରେ ଯାଇଥିଲା । ଫଳରେ ବହୁ ବଡ ଦୁର୍ଘଟଣାରୁ ଏକ୍ସପ୍ରେସଟି ବର୍ତୀ ଯାଇଥିଲା ।

Post a Comment

Previous Post Next Post