ଜଳେଶ୍ୱର ୨୬/୭ (ଜଗନ୍ନାଥ ଗୋଛାୟତ) ସାମ୍ପ୍ରତିକ ସମାଜରେ ବାପା ମାଙ୍କ ପ୍ରତି ନୈରାଶ୍ୟଭାବ ଦେଖା ଦେଉଥିବା ବେଳେ ନିଆରା ଢଙ୍ଗରେ ଜଳେଶ୍ୱର ରୋଟାରୀ ବ୍ଲକ ପକ୍ଷରୁ ରୋଟାରୀ ଭବନ ପରିସରରେ ପିତାମାତା ପୂଜନ ଉତ୍ସବ ପାଳନ କରିଛନ୍ତି । ଭାରତୀୟ ସଂସ୍କୃତିରେ ପିତାମାତାଙ୍କ ଆଶିର୍ବାଦ ରହିଲେ ଉନ୍ନତି ଓ ବିକାଶ ଘଟିଥାଏ ବୋଲି ମତପ୍ରକାଶ ପାଇଛି ।ଆୟୋଜିତ ସଭାରେ ସଭାପତି ମଣିଭଦ୍ର ଜେନା ସଭାପତିତ୍ୱ କରିଥିଲେ । ବିଭିନ୍ନ ଉଦାହରଣରେ ପିତାମାତାଙ୍କ ଭୂମିକା ବର୍ଣ୍ଣନା କରିବା ସହିତ ରୋଟାରୀ କ୍ଳବ ସଦସ୍ୟଙ୍କ ବାପା, ମାଙ୍କୁ ପୂଜନ ଓ ସମ୍ବର୍ଦ୍ଧନା କରାଯାଇଥିଲା । ଅର୍ଥ ସର୍ବସ୍ୱ ଦୁନିଆରେ ଯୁବ ପିଡି ଓ ବୃଦ୍ଧ ସମାଜ ମଧ୍ୟରେ ଏକ ବିରାଟ ଅସାମଞ୍ଜସ୍ୟ ବଢିବଢି ଚାଲୁଛି । ଆଧୁନିକବାଦ ନାମରେ ପୁଅ-ବୋହୂ ବୃଦ୍ଧ ଶାଶୁ-ଶ୍ୱଶୁରଙ୍କ ଅବଧ୍ୟ ହେଉଥିବା ଅଭିଯୋଗ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଜରାନିବାସ ବଢି ବଢି ଚାଲିଛି । ବାପ-ପୁଅ, ବୋହୂ-ଶାଶୁ ମଧ୍ୟରେ ସାମଞ୍ଜସ୍ୟ ବଢିଲେ ସମାଜରେ ଏପରି ପ୍ରାଚୀର ସୃଷ୍ଟି ହୁଅନ୍ତା ନାହିଁ ବୋଲି କ୍ଲବର ପୂର୍ବତନ ସଭାପତି ଲେଲିନ କୁମାର ପ୍ରଧାନ କହିଥିଲେ । ପୂର୍ବତନ ସଭାପତି ଡା. ଦିପ୍ତିମୟୀ ମହାପାତ୍ର, ଆଇନ୍ଜବି ସତ୍ୟସୁନ୍ଦର ଦାସ, ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ବିକାଶ ଧର, ଅଶୋକ ମହାନ୍ତି, ଅଂଶୁମାନ ରାଉତ, ଡା. ବେଣୁଧର ହୁଇ ପ୍ରମୁଖ ପୂଜନ କାର୍ଯ୍ୟରେ ସାମିଲ ହୋଇଥିଲେ । ସଂପାଦକ ମାନସ ରଂଜନ ମହାନ୍ତି କାର୍ଯ୍ୟକ୍ରମର ସୂଚନା ଓ ଆଭିମୁଖ୍ୟ ପ୍ରଦାନ କର ଥିବା ବେଳେ ରାଜେଶ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । ସୁବ୍ରତ ରଣା ସଂଚାଳନ କରିଥିବା ବେଳେ ଇନରହୁଇଲ କ୍ଲବର ସଦସ୍ୟାମାନେ ଉପସ୍ଥିତ ରହି ପିତାମାତାଙ୍କୁ ପୂଜନ କରିଥିଲେ ।

Post a Comment