ଇନ୍ଦ୍ର ନଗର ରାସ୍ତାର ଶୋଚନୀୟ ଅବସ୍ଥା


ନୂଆପଡ଼ା ୨୨/୭ ( ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖଡିଆଳ ସହର କୁ ଲାଗି ରହିଛି ଗଡ଼ରାମୁଣ୍ଡା ଗ୍ରାମ ପଂଚାୟତ । ଗଡ଼ରାମୁଣ୍ଡା ଗ୍ରାମ ପଂଚାୟତ ୩୫୩ ଜାତୀୟ ରାଜପଥ କୁ ଲାଗିଛି । ତିଖାଲି ଡ୍ୟାମରେ ବିସ୍ଥାପିତ ହୋଇଥିବା ବିସ୍ଥାପିତ ମାନେ ପ୍ରାୟ ୧୫ ବର୍ଷ ରୁ ଅଧିକ ହେବ ଏହି ପଡା ବସାଇଛନ୍ତି । ଏହି ପଡାର ନାମକରଣ ଇନ୍ଦ୍ର ନଗର ରଖୁଛନ୍ତି । ବିସ୍ଥାପିତ ମାନେ ଇନ୍ଦ୍ର ନଗର ପଡା ବସାଇଥିଲେ ମଧ୍ୟ ଏବେ ଏହି ପଡାରେ ଜମି କିଣି ସତାଧିକ ଘର ଲୋକେ ଘର କରିସାରିଛନ୍ତି । ଏହି ଇନ୍ଦ୍ର ନଗର କୁ ଯାତାୟତ କରିବା ପାଇଁ ରାଜ୍ୟ ସରକାର ଙ୍କ ଜଳ ସମ୍ପଦ ବିଭାଗ ପେରି ଫେରି ଯୋଜନାରୁ ଏକ ପିଚୁ ରାସ୍ତା କରାଯାଇଥିଲା । ବର୍ତମାନ ପିଚୁ ରାସ୍ତା ସମ୍ପୁର୍ଣ୍ଣ ଉପୁଡି ଯାଇ ସ୍ଥାନେ ସ୍ଥାନେ ଏକ ଫୁଟ୍ , ଦେଢ ଫୁଟ ର ଗର୍ତ ହୋଇ ଯାଇଛି ।ବର୍ଷା ରେ ମଧ୍ୟ ଏହି ଗର୍ତ ମାନଙ୍କରେ ପାଣି ଜମି ରହୁଛି । ଯାହାଫଳରେ ଯାତାୟତରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହେଇଛି । ଗଡ଼ରାମୁଣ୍ଡା ଗ୍ରାମ ପଂଚୟାତ ପରିସରରେ ଥିଲେ ମଧ୍ୟ ଏହି ପଡା ସମ୍ପୁର୍ଣ୍ଣ ଭାବରେ ସହର ସହିତ ସଂଶ୍ଳିଷ୍ଟ ଥ‌ିବାରୁ ସହର ହୋଇ ସାରିଛି। ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତିର ସଭାପତି ନିତ୍ୟାନନ୍ଦ ପ୍ରଧାନ ଏବିଷୟରେ ବ୍ଲକ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ପ୍ରକାଶ କରିଛନ୍ତି । ଏବିଷୟରେ ଖଡିଆଳ ବିଡିଓ ବିରସେନ ବେହେରା ଙ୍କୁ ଯୋଗାଯୋଗ କରାଯିବାରୁ ଗଡରାମୁଣ୍ଡା ଗ୍ରାମ ପଂଚାୟତର ସରପଂଚ ଓ ପିଇଓ ଙ୍କ ସହିତ ଆଲୋଚନା କରି ରାସ୍ତାର ମରାମତି ତୁରନ୍ତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Post a Comment

Previous Post Next Post