ଲକ୍ଷ୍ମୀପୁର ପ୍ରାଥମିକ ବିଦ୍ୟାଳୟ ଅଫିସ କୋଠରୀ ରୁ ଝରୁଛି ପାଣି, ବିପଦରେ ଶିକ୍ଷୟତ୍ରୀ ଦ୍ବୟ


ନୂଆପଡ଼ା ୨୨/୭ (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଲକ୍ଷ୍ମୀପୁର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ର ଅଫିସ କୋଠରୀ ଗତ ତିନି ବର୍ଷ ହେବ ପାଣି ଝରୁଛି । ପାଣି ଝରିବା ଦ୍ଵାରା ଅଫିସ ତଳପଟ ସ୍ଲାପ ଖସି ପଡୁଛି । ତଳ ପଟ ସ୍ଲାପ ପଡିପଡି ବର୍ତମାନ ୫୦ ପ୍ରତିଶତ ସିମେଣ୍ଟ ପଡ଼ି ଯାଇ ଛଡ ଦେଖା ଯାଉଛି । ଚଳିତ ବର୍ଷ ସ୍ୱଳ୍ପ ବର୍ଷା ହେଲେ ମଧ୍ୟ ପାଣି ଅନବରତ ଝରୁଛି । ଯାହାଫଳରେ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଦୁଇ ଜଣ ଶିକ୍ଷୟତ୍ରୀ ଭୟରେ ଅଫିସ କୋଠରୀ ରେ ନ ବସି ବାରଣ୍ଡା ରେ ବସୁଛନ୍ତି । କେତେବେଳେ ସ୍ଲାପ ପଡିଯାଇପାରେ । ଏବିଷୟରେ ବିଦ୍ୟାଳୟର ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷଯତ୍ରୀ ଶୁଶ୍ରୀ ବାରିକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପରମେଶ୍ବର ବାରିକ ଗତ ବର୍ଷ ବର୍ଷା ସମୟରେ ଖଡିଆଳ ବ୍ଲକର ପୂର୍ବତନ ବିଡିଓ ନାରାୟଣ ସାହୁ ଙ୍କୁ ଜଣାଇଥିଲେ । ହେଲେ ମରାମତି କରିଦିଆଜିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶୃତି ପ୍ରତିଶୁହଁ ରେ ରହିଗଲା । ଏବିଷୟରେ ବର୍ତମାନ ବିଡିଓ ଦାୟିତ୍ଵରେ ଥିବା ବିରସେନ ବେହେରା କୁ ଯୋଗାଯୋଗ କରାଯାଇଥିଲା । ସେ ମୁ ଲୋକ ପଠାଇ ଦେଖୁଛି ଓ ଦୁରନ୍ତ ମରାମତି କରି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Post a Comment

Previous Post Next Post