ବ୍ଲକ ସ୍ଥରୀୟ ନିପୁଣ ମେଳା ଅନୁଷ୍ଠିତ


ମୁରିବାହାଲ ୨୫/୦୨(ଲକ୍ଷ୍ମୀକାନ୍ତ ଧରୁଆ) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ସ୍ତରୀୟ ନିପୁଣ ଓଡି଼ଶା ମେଳା-୨୦୨୫ କାର୍ଯ୍ୟକ୍ରମ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡଉଡାର ଠାରେ ପ୍ରଦର୍ଶିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧିନସ୍ଥ ସମସ୍ତ ୧୨ ଗୋଟି କ୍ଲଷ୍ଟର୍ ରୁ ଚୟନିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ (ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର) ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଆଧାରିତ ଶିକ୍ଷକ ସାମଗ୍ରୀ ଗୁଡି଼କ ତିଆରି କରି ଆଣି ବିଭିନ୍ନ ଷ୍ଟଲ୍ ମଧ୍ୟରେ ସଜାଇ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ମୁରିବାହାଲ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ପଢ଼ିହାରୀ ଙ୍କ ସଭାପତିତ୍ୱରେ ଉଦ୍ଘାଟିତ ହୋଇ ସୁନ୍ଦର ଭାବେ ପରିଚାଳିତ ହୋଇଥିଲା ।


ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଶିକ୍ଷକ ଶିକ୍ଷା ତାଲିମ କେନ୍ଦ୍ରର ବରିଷ୍ଠ ଅଧ୍ୟାପକ ଡ଼.ପ୍ରଶାନ୍ତ କୁମାର ନିଖଣ୍ଡିଆ, ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ଗହୀର, ଉକ୍ତ ଗ୍ରାମର ବରିଷ୍ଠ ଶିକ୍ଷାବିତ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ଲୁହା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ଭୋଇ ଏବଂ ଶ୍ରୀଯୁକ୍ତ କାନ୍ତାରାମ ଧାରୁଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଲେଖ ଭୋଇ, ବଡଉଡ଼ାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ବେହେରା, ଲେବଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପଦ୍ମଲୋଚନ ତାଣ୍ଡି ମଞ୍ଚାସୀନ ହୋଇ ବିଭିନ୍ନ ଶିକ୍ଷା ମାର୍ଗଦର୍ଶୀ ବାର୍ତା ଦେଇ ଛାତ୍ରଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ସପଥ ପାଠ ଚୂଡ଼ାମଣି ନାୟକ କରାଇଥିଲେ । ଏହା ପରେ ଷ୍ଟଲ ଗୁଡିକ ଉଦ୍ଘାଟନ କରି ଶିକ୍ଷଣ ସାମଗ୍ରୀ ମେଳା ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧିନସ୍ଥ ୧୨ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ସଂଯୋଜକ ଏବଂ ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ,ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀ ଗାଇଡ଼ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଅଭିଭାବିକା ମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ମେଳା ଟିକୁ ଛାତ୍ରଛାତ୍ରୀ ବେସ୍ ଉପଭୋଗ କରିଥିଲେ ।କାର୍ଯ୍ୟକ୍ରମର ସହଯୋଗ ନିମନ୍ତେ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଷ୍ଟାଫ୍ ଉପସ୍ଥିତ ରହି ସହଯୋଗ କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ କୁମୁଦ ବିହାରି ବେଦବାକ୍ ସଂଯୋଜନା କରିଥିଲେ । ପରିଶେଷରେ ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସୁଧୀର କୁମାର ନାଗ୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Post a Comment

Previous Post Next Post