କଣ୍ଟାମାଳ,୨୦/୦୨: (ମନଧର କର୍ମୀ) ରାଜ୍ୟ ସରକାର ସମସ୍ତ ଗରିବ ଚାଷୀ ମାନଙ୍କୁ ସବଲମ୍ବନ କରିବା ପାଇଁ ରାଜ୍ୟ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ଅସାଧୁ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି ଗଭୀର ନଳକୂପ ଚାଷୀ ପ୍ରଶାନ୍ତ କୁମାର ସାହୁ। ସୂଚନା ଅନୁଯାୟୀ ଅନେକ ଦିନ ତଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ଗ୍ରାମପଞ୍ଚାୟତ କଣ୍ଟାମାଳ ଗ୍ରାମର ପ୍ରଶାନ୍ତ କୁମାର ସାହୁ ଙ୍କ ଗଭୀର ନଳକୂପ ରେ ବସିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମ କୁ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର କୌଣସି କାରଣ ରୁ ଛିଣ୍ଡି ଯାଇଥିଲା। ବିଦ୍ୟୁତ୍ ବିଭାଗ ଅଧିକାରୀ ଙ୍କୁ ଜଣାଇବା ପରେ ସେଠାକୁ ଆସି ବିଦ୍ୟୁତ୍ ତାର ସଂଯୋଗ କରିବା ପରିବର୍ତ୍ତେ ତାରକୁ କାଟି ବିଦ୍ୟୁତ୍ କାର୍ଯ୍ୟାଳୟ କୁ ନେଇଯାଇଥିଲେ। ଚାଷୀ ଶ୍ରୀ ସାହୁ ବିଦ୍ୟୁତ୍ ତାର ସଂଯୋଗ କରି ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଅନେକଥର ବିଦ୍ୟୁତ୍ କାର୍ଯ୍ୟାଳୟ କୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କରି କଥା କର୍ଣ୍ଣପାତ କରୁନାହାନ୍ତି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଶ୍ରୀ ସାହୁ ଦାବୀ କରୁଛନ୍ତି।
୨ବର୍ଷ ହେଲା ହୋଇନାହିଁ ବିଦ୍ୟୁତ୍ ସଂଯୋଗ। ଚିନ୍ତାରେ ଗଭୀର ନଳକୂପ ଚାଷୀ
ଆଜତକ ଓଡ଼ିଶା
0
Post a Comment