ନୁଆପଡ଼ା (ପରମେଶ୍ବର ମେହେର) ବୋଡ଼େନ - ବ୍ଲକର ରୋକାଲ ଓ ଲର୍କା ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର ସ୍ଵୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ମିଶନ ଶକ୍ତି ରୋକାଲ ମାର୍କେଟ କମ୍ପ୍ଲେକ୍ସ ଠାରେ ଋଣ ନେବା ଓ ଦେବା ଉପରେ ଏକ ସଚେତନତା ସଭା ଆୟୋଜନ କରିଥିଲା ।ଏଥିରେ ଡି ପି ଏମ ଟିମନ ବାରା,ମିଶନ ଶକ୍ତିର ବି ପି ସି ରାଜେଶ କୁମାର ସାହୁ,ବି ଏଲ ଏଫ୍ ଇ ସି ଲିପସା ବାଗ , ସହଯୋଗୀ ଅର୍ଯ୍ୟନ ମିଶ୍ର ବାବୁ,ରୋକାଲ ଏମ ବି କେ ଇନ୍ଦିରା ବାଗ,ଲର୍କା ଏମ ବି କେ ଜାନକୀ ମାଳି , କରଙ୍ଗାମାଲ ବ୍ୟାଙ୍କ୍ ମିତ୍ର ସବିତା ବାଗ , ରୋକାଲ ଜି ପି ଏଲ ଏଫ୍ ସଭାନେତ୍ରୀ ଲୋଚନେ ସଲମା ଓ ସମ୍ପାଦିକା ପୁନମ୍ ଦୁର୍ଗା,ଲର୍କା ଜି ପି ଏଲ ଏଫ୍ ସଭାନେତ୍ରୀ ବବିତା ସିଂ ଓ ସମ୍ପାଦିକା ପ୍ରତିମା ନିଆଲ ଉପସ୍ଥିତ ଥିଲେ ।ସମସ୍ତ ସି ଆର୍ ପି ,କୃଷି ମିତ୍ର ଓ ପ୍ରାଣୀ ମିତ୍ରମାନେ ସମଗ୍ର କାର୍ଯ୍ୟକ୍ରମ ସଫଳ ହେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ।୧୪ ଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ଋଣ ପ୍ରଦାନ କରାଗଲା ଏବଂ ସଭା ମାଧ୍ୟମରେ ସମସ୍ତ ଏସ ଏଚ ଜିଙ୍କୁ ସଚେତନ କରାଯାଇ ଜିରୋ ଶତକଡା ସୁଧ ହାରରେ ଋଣ ନେଇ ସ୍ବାବଲମ୍ବୀ ହେବାକୁ କହିଥିଲେ ।
ଜିରୋ ସୁଧ ହାରରେ ଋଣ ପ୍ରଦାନ
ଆଜତକ ଓଡ଼ିଶା
0
Post a Comment