ବାଲେଶ୍ବର,୧୭/୭ (ଲକ୍ଷ୍ମୀଧର ବାରିକ) ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ(ଭିଏଡବ୍ଲୁ) ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ (ଡବ୍ଲୁଭିଏଡବ୍ଲୁ) ସଂଘର ବାଲେଶ୍ଵର ଶାଖା ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସଂଘର ଜିଲ୍ଲା ସଭାପତି ରାଜେଶ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ରାଜାବଗିଚା ସ୍ଥିତ ବ୍ରିଟ୍କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଗ୍ରାମ୍ୟ କୃଷି କର୍ମଚାରୀ ପଦବିର ନାମ ପରିବର୍ତ୍ତନ କରି କୃଷି ସମ୍ପ୍ରସାରଣ ଅଧିକାରୀ ପଦବି ରଖାଯିବା, ଗ୍ରେଡ୍ ପେ ୨ହଜାର ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି କରାଯିବା, ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ଚାକିରି କାଳ ମଧ୍ୟରେ ସର୍ବନିମ୍ନ ୩ରୁ ୪ ଗୋଟି ପଦୋନ୍ନତି ଏବଂ ପଦୋନ୍ନତି ଅବଧିର ସଙ୍କୋଚନ ବା ଉଚ୍ଛେଦ ପାଇଁ କ୍ୟାଡର ନିୟମର ପୁନର୍ଗଠନ ତୁରନ୍ତ କରାଯିବା, ସାଧାରଣ ପ୍ରଶାସନ ବିଭାଗ ଦ୍ଵାରା ଚୁକ୍ତିଭିତ୍ତିକ ବ୍ୟବସ୍ଥାର ବିଲୋପ ପରେ ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରିରେ ଗଣନା କରି ୬ଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା, ପଞ୍ଚାୟତ ବା ବ୍ଲକ୍ ଠାରେ କାର୍ଯ୍ୟାଳୟ ସହ ସରକାରୀ କାମ ପାଇଁ କମ୍ପ୍ୟୁଟର ଓ ମୋବାଇଲ ଚାର୍ଜ ଖର୍ଚ୍ଚ ପ୍ରଦାନ କରିବା, ଗ୍ରାମ୍ୟ କୃଷି କର୍ମଚାରୀଙ୍କ ନିମନ୍ତେ ସଂଶୋଧିତ ଜବ୍କାର୍ଡ଼ ଘୋଷଣା କରିବା ଆଦି ଦାବି ସମ୍ପର୍କରେ ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା। ସମଗ୍ର ରାଜ୍ୟରେ ଏହି ପଦବିରେ ୧୫ ଶହ କର୍ମଚାରୀ ରହିଥିବା ବେଳେ ବାଲେଶ୍ବର ଜିଲ୍ଲାରେ ୯୫ ଜଣ ଅଛନ୍ତି। ଏମାନେ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ନିଯୁକ୍ତ ହୋଇ ସରକାରଙ୍କ କାଳିଆ, ବଳରାମ, ପିଏମ୍ କିଷାନ ଆଦି କୃଷି ସମ୍ପର୍କିତ ଯୋଜନାରେ ଅନ୍ଲାଇନ୍ ମାଧ୍ୟରେ ଚାଷୀଙ୍କୁ ଯୋଡ଼ିବା, ବିଭିନ୍ନ ଚାଷର ରୋଗପୋକ ନିୟନ୍ତ୍ରଣ ଏବଂ ଚାଷ କ୍ଷେତ୍ରରେ ବ୍ୟବହାର ହେଉଥିବା ନୂତନ ଜ୍ଞାନକୌଶଳ ସମ୍ପର୍କରେ ଚାଷୀଙ୍କୁ ପରାମର୍ଶ ଦେଇଥାନ୍ତି। ତେବେ ରାଜ୍ୟ ସଂଘର ନିଷ୍ପତି କ୍ରମେ ଚଳିତ ମାସ ୧୪ ତାରିଖରୁ ସମସ୍ତ ଭିଏଡବ୍ଲୁମାନେ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ କରିଆସୁଥିବା ବେଳେ ସରକାର ଧାର୍ଯ୍ୟ ସମୟ ମଧ୍ୟରେ ଦାବି ପୂରଣ ନକଲେ ଆସନ୍ତା ଅଗଷ୍ଟ ୧ ତାରିଖରୁ ସମୂହ ଛୁଟିରେ ରହିବାକୁ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଜ୍ୟୋତି ପ୍ରକାଶ ବେହେରା, ଉଦୟନାଥ ଖଟୁଆ, ଦିଲ୍ଲୀପ କୁମାର ସାହୁ, ରାଜେଶ କୁମାର ସିଂହ, ବିଶ୍ବନାଥ ଓଝା, ଗୋବିନ୍ଦ ମାଝୀ, ଆଶ୍ରିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment