ପ୍ରାଥମିକ କୃଷି ସେବା ସମବାୟ ସମିତି କାର୍ଯ୍ୟାଳୟ ଉଦଘାଟନ ରେ ବିଧାୟକ ଙ୍କ ଯୋଗଦାନ


ନୂଆପଡ଼ା (ପରମେଶ୍ବର ମେହେର) ସରକାର ଙ୍କ ନିର୍ଦ୍ଧେଶ ଅନୁସାରେ ନୂଆପଡ଼ା ଜିଲ୍ଲା କରଙ୍ଗାମାଲ ପ୍ରାଥମିକ କୃଷି ସେବା ସମବାୟ ସମିତି ରୁ ବିଭକ୍ତ ହୋଇ ଆଜି ଗ୍ରାମ ବରଗାଁ ,ବ୍ଲକ ସିନାପାଲି , ଜିଲ୍ଲା ନୂଆପଡାରେ ଏକ ପ୍ରାଥମିକ କୃଷି ସେବା ସମବାୟ ସମିତି କାର୍ଯ୍ୟାଳୟ ର ଶୁଭ ଉଦଘାଟନ ହୋଇଯାଇଛି ।ଏହି ଉଦଘାଟନ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଖଡ଼ିଆଳ ବିଧାୟକ ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ ,ବରଗାଁ ପ୍ରାଥମିକ କୃଷି ସମବାୟ ସମିତି ନୂତନ ଭାବରେ ମନୋନୀତ ହୋଇଥିବା ସଭାପତି ଧନିରାମ ଭୋଇ ,ଉପ-ସଭାପତି ଗୋଦାବରୀଶ ନାଏକ ବରଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଚୁଲମଣି ଭୋଇ ,ସମାଜ ସେବୀ ଦୀନବନ୍ଧୁ ସା ମଞ୍ଚାସିନ ଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଗ୍ରାମର ଭଦ୍ରବ୍ୟକ୍ତି ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ,ସମିତିରେ ନୂତନ ଭାବରେ ମନୋନୀତ ହୋଇଥିବା ସଭ୍ୟ ସଭ୍ୟା , ଯୁବ ଗୋଷ୍ଠୀ ସମେତ ଅଞ୍ଚଳ ର ଚାଷୀକୁଳ ଉପସ୍ଥିତ ଥିଲେ । ଏହି ସମବାୟ ସମିତି ସହିତ ଅଞ୍ଚଳର ଚାଷୀକୁଳ ସଚେତନ ହୋଇ ରହିଲେ ଜମିର ପରିମାଣ ଅନୁଯାୟୀ କୃଷି କାର୍ଯ୍ୟ ପାଇଁ ବିନା ସୁଧରେ ଋଣ , ଚାଷ ପାଇଁ ବିହନ ଓ ସାର , ଏବଂ ଚାଷରୁ ଅମଳ କରିଥିବା ଧାନ ,ମାଣ୍ଡିଆ ପ୍ରଭୃତି କୁ ସମିତି ମାଧ୍ୟମରେ ହୋଇଥିବା ମଣ୍ଡିରେ ବିକ୍ରି କରି ବେଶ ଦିପଇସା ରୋଜଗାର କରିବାର ମାଧ୍ୟମ ହେବା ସହିତ ଲାଭବାନ ହୋଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ ।

Post a Comment

Previous Post Next Post