କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା): ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ ଅନ୍ତର୍ଗତ ବେହେରେନସିଲେଟ ଗାଁରେ ଥିବା ଦେଶି ମଦ ଭାଟି ହଟାଇବାକୁ ନେଇ ହାଇକୋର୍ଟ ନିର୍ଦ୍ଦେଶ ପରେ ଜିଲ୍ଲାପାଳ କାର୍ୟ୍ଯଲୟ ରେ ୧୧ ନଭେମ୍ଵର ଦିନ ଜିଲ୍ଲାପାଳ କୋର୍ଟ ପ୍ରକୋଷ୍ଠରେ ଡାକରା ହୋଇଛି। ଆମ୍ବେଦକର ଯୁବକ ସଂଘ ପକ୍ଷରୁ ଏହି ମଦ ଭାଟି ଗାଁରୁ ହଟାଇବା ନେଇ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ଦାୟର କରାଯାଇଥିଲା । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ. ମୁରଳିଧର ଓ ବିଚାରପତି ବି.ପି. ରାଉତରାଏଙ୍କ ମିଳିତ ଖଣ୍ଡପିଠରେ ବଲାଙ୍ଗିର ଜିଲ୍ଲାପାଲଙ୍କୁ ୧୫ ନଭେମ୍ବର ସୁଦ୍ଧା ଏ ସଂପର୍କରେ ଆବେଦନକାରିଙ୍କ ସହ ଆଲୋଚନା କରି ବିହିତ କାର୍ଯ୍ୟନୁଷ୍ଠାନ ନେବାକୁ ଆଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ୧୧ ତାରିଖ ଦିନ ଉକ୍ତ ମାମଲାର ଆଲୋଚନା ପାଇଁ ଡାକିଛନ୍ତି । ମଦ ଭାଟି ଅବକାରୀ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରୁଥିବା ବେଳେ ମଦ୍ୟପ ମାନଙ୍କ ଯୋଗୁ ଗାଁର ମହିଳା ମାନେ, କଲେଜ ଛାତ୍ର ଛାତ୍ରୀ ମାନେ ଏହି ରାସ୍ତାରେ ଗଲେ ନିଜକୁ ଅସୁରକ୍ଷିତ ମନେ କରନ୍ତି। କେତେ ବେଳେ କୌଣସି ମଦ୍ୟପ ଅଶ୍ମିଲ ଭାଷା ପ୍ରୟୋଗ କରି ମହିଳା ମାନଙ୍କୁ କମେଣ୍ଟ କରୁଥିବା ମଧ୍ୟ ଅଭିଯୋଗ ହୋଇଥାଏ। ମଦ ଭାଟି ବନ୍ଦ ନେଇ ଅନେକ ଥର ପ୍ରଶାସନକୁ ଦାବି କରାଯାଇଛି ତଥାପି ପ୍ରଶାସନ କୌଣସି ଆଖୀଦୃଶିଆ ପଦକ୍ଷେପ ନେଇ ନାହାନ୍ତି ବରଂ ଅବକାରି ବିଭାଗ ଗାଁକୁ ଯାଇ ଆନ୍ଦୋଳନକାରି ମାନଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ କରାଯାଇଥିଲା । ଆମ୍ବେଦକର ଯୁବ ସଂଘ ସଭାପତି ରୋହନ କୁମାର ମହତ ଓ ସଂପାଦକ ମନୋଜ ତାଣ୍ଡି ଜନସ୍ବାର୍ଥ ମାମଲା ଦାୟତ କରିଥିବା ବେଳେ ହାଇକୋର୍ଟ ଆଇନଜୀବୀ ଆଶିଷ କୁମାର ମିଶ୍ର ଏହି ମାମଲା ପରିଚାଳନା କରୁଥିଲେ ।

Post a Comment