ସିଲେଟପାଣି ଗାଁରେ କାଠ ମାଫିଆଙ୍କ ଉପରେ ଚଡାଉ, ଶାଗୁଆନ କାଠ ସହ ଯନ୍ତ୍ରାଂଶ ଜବତ


ନୂଆପଡା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟରୁ ଭିତରୁ କାଠ ଚୋରି କରି ଆଣି ବିଭିନ୍ନ ସମୟରେ ବିଭାଗ ଏବଂ ବନ୍ୟପ୍ରାଣୀ ବିଭାଗ ଆଖିରେ ଧୁଳି ଦେଇ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଚାଲାଣ କରୁଥିବା ମାମଲାରେ ଉଭୟ ବନ୍ୟପ୍ରାଣୀ ବିଭାଗ ଏବଂ ବନବିଭାଗର ମିଳିତ ଚଡଉରେ ସିଲେଟପାଣି ଗାଁରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରାଯାଇଛି । ଏଥିସହ ବ୍ୟବହୃତ ହେଉଥବା ବିଭିନ୍ନ ଆଧୁନିକ ଯନ୍ତ୍ରାଂଶ ମଧ୍ୟ ଜବତ କରାଯାଇଛି । ଏହି ଚଡାଉବେଳେ ଅଭିଯୁକ୍ତ ମାନେ କୁଆଡେ ଚମ୍ପଟ ମାରିଥିବା ଜଣାଯାଇଛି । ମାଓବାଦୀ ପ୍ରବଣ ନୂଆପଡା ଜ଼ିଲ୍ଲାରେ କିଛି ବର୍ଷ ହେବ ସୁନାବେଡା ଅବୟାରଣ୍ୟ ଭିତରେ ମାଓବାଦୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାରୁ ଏଠାକୁ ବନବିଭାଗ ସର୍ଚ୍ଚ ଅପରେସନ କମ ହେଉଥିବାରୁ ଏହାର ସୁଯୋଗ ନେଇ କାଠ ମାଫିଆ ମାନେ ଜଙ୍ଗଲ ସଫା କରି ଚାଲିଥିବାବେଳେ ଅନ୍ୟପଟେ ଅଭୟାରଣ୍ୟ ଭିତରେ ବିଭିନ୍ନ ଜାଗାରେ ସିଆରପିଏଫ କ୍ୟାମ୍ପ ସ୍ଥlପନ ପରେ ବନବିଭାଗ ସହ ବନ୍ୟ ପ୍ରାଣୀ ବିଭାଗର ଗତିବିଧି ବଡ଼ିଯାଇଛି । ତେବେ ଅବୟାରଣ୍ୟ ତଟବର୍ତ୍ତୀ ଅଞ୍ଚଳ ଅର୍ଥାତ ସିଲେଟପାଣି ଗାଁରେ କିଛି ଲୋକ ସୁନାବେଡ଼ାରୁ କାଠ କାଟିଆଣି ବେପାର କରୁଥିବା ଖବର ପାଇକୋମନା ବନବିଭାଗ ରେଞ୍ଜର ଦେବଦତ୍ତ ସୁତାର ଏବଂ ବନ୍ୟପ୍ରାଣୀ ବିଭାଗ ଏସିଏଫ ରଂଜିତ ବନଗୋଲାଙ୍କ ନେତୃତ୍ୱରେ ଏକ ଟିମ ସିଲେଟପାଣି ଗ୍ରାମରେ ଚଡାଉ କରିଥିଲେ । ଘଟଣାସ୍ଥଳରେ ଚାଲାଣ କରୁଥିବା କାଠକୁ ଛାଡି ଅଭିଯୁକ୍ତମାନେ ଫେରାର ମାରିଥିବାବେଳେ ତାଙ୍କ ଘର ଉପରେ ଚଡାଉ କରି ବ୍ୟାପକ ଶାଗୁଆନ କାଠ ଗଣ୍ଡି, କାଠ ତିଆରି ସାମଗ୍ରୀ, ବ୍ୟବହୃତ ଯନ୍ତ୍ରପାତି ଜବତ କରାଯାଇଛି । ଏହି ଅବସରରେ ଅନୌପଚାରିକ ଭାବେ ବିଜୁଳି ଚୋରି କରି କାଠ କାଟୁଥିବାରୁ ବିଜୁଳି ବିଭାଗ ତରଫରୁ ମଧ୍ୟ ୨ଲକ୍ଷ ଟଙ୍କା ଜୋରିମାନା କରାଯାଇଛି ।

Post a Comment

Previous Post Next Post