ଜଳେଶ୍ୱର ପଶ୍ଚିମବାର୍ଡ ରାସ୍ତା ଉନ୍ନତିକରଣରେ ଦୁର୍ନିତୀ : ଅଂଚଳବାସୀଙ୍କ ଜିଲାପାଳଙ୍କୁ ଦାବିପତ୍ର


ଜଳେଶ୍ୱର ୨୫/୭ (ଜଗନ୍ନାଥ ଗୋଛାୟତ)ଜଳେଶ୍ୱର ପଶ୍ଚିମବାର୍ଡ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ୫ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଉନ୍ନତିକରଣ କାର୍ଯ୍ୟ ନିମ୍ନମାନର ବୋଲି ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଜଳେଶ୍ୱରରୁ ପଶ୍ଚିମବାର୍ଡ ରାସ୍ତାଟି ସେ ଅଂଚଳର ଲୋକଙ୍କର ଜୀବନରେଖା୍ ଭାବେ ପରିଚିତ । ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଯାନ ଚଳାଚଳ କରିଥିବା ବେଳେ ଜଳେଶ୍ୱରରୁ ବାଲିଆପାଳ ଯିବାପାଇଁ ଏହି ରାସ୍ତା ଏକମାତ୍ର ବିକଳ୍ପ । ଜଳେଶ୍ୱର-ପଶ୍ଚିମବାର୍ଡ ରାସ୍ତାର ପ୍ରଥମ ପର୍ଯ୍ୟାୟ ୫ କିମି, ୨ୟ ପର୍ଯ୍ୟାୟ ୫କିମି ଓ ପରେ ଏହି ୩ୟ ପର୍ଯ୍ୟୟ କାର୍ଯ୍ୟଲାଗି ପ୍ରାୟ ୬ବର୍ଷ ବିତିଲାଣି । କିନ୍ତୁ ତତ୍କାଳୀନ ଠିକାଦାରଙ୍କ ମୃତ୍ୟୁ ଯୋଗୁଁ ବିଳମ୍ବିତ ହେଉଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ନିକଟରେ ମେଟାଲିଂ ହୋଇଥିବା ବେଳେ ଚଳିତ ବର୍ଷାରେ ବହୁସ୍ଥାନରେ ଧୋଇ ହୋଇଥିବାରୁ ବଡବଡ ଗର୍ତ୍ତ ସୃଷ୍ଟି ହୋଇଛି । ତେଣୁ ଜନ ଅଶାନ୍ତି ଦେଖା ଦେଇଛି । ଜଳେଶ୍ୱର ବ୍ଲକର ପ୍ରାୟ ୭ଟି ପଂଚାୟତ ଏବଂ ବାଲିଆପାଳ ବ୍ଲକର ୫ଟି ପଂଚାୟତର ଲୋକେ ଏହି ରାସ୍ତାରେ ଯାତାୟାତ କରିଥାନ୍ତି । ରାସ୍ତା ନିର୍ମାଣ ଓ ଉନ୍ନତିକରଣ ନିମ୍ନମାନର ହେଉଥିବାର ଅଭିଯୋଗ ହୋଇଛ । ବିଜେପି ନେତା ଅରୁଣ କୁମାର ବେଜଙ୍କ ନେତୃତ୍ୱରେ ପଶ୍ଚିମବାର୍ଡ ଅଂଚଳର ପ୍ରଦୀପ କୁମାର ମହାନ୍ତି, ଛବିନ୍ଦ୍ର ଜ୍ୟୋତି, ପ୍ରବୀର ପାଣିଗ୍ରାହୀ, ମନୋଜ କୁମାର ବାରିକ, ବିଶେଶ୍ୱର ମହାନ୍ତି, ପଲ୍ଟୁ ଜେନା, ରଂଜନ କୁମାର ଦାସ ଓ ତପନ କୁମାର ଗିରି ପ୍ରମୁଖ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିମ୍ନମାନର କାର୍ଯ୍ୟ ସଂପର୍କରେ ଲିଖିତଭାବେ ଜଣାଇଛନ୍ତି ।

Post a Comment

Previous Post Next Post