ମେ ଆଇ ହେଲ୍ପ ୟୁ ର ସଂଗଠନର ଆଗାମୀ ରକ୍ତଦାନ ଶିବିର ଜଳେଶ୍ୱର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର


ଜଳେଶ୍ବର,୨୬/୭(ଜଗନ୍ନାଥ ଗୋଛାୟତ) ରକ୍ତ ଏକ ଅମୁଲ୍ୟ ରତ୍ନ ପରି ଯାହାର ମୂଲ୍ୟ କେହି ଦେଇ ପାରେ ନାହିଁ, ରକ୍ତ ଯାହାକି ଦେଖେ ନାହିଁ ଜାତି ଅଜାତି,ଜାତି ଅଜାତି ଉପରେ ରକ୍ତର ଆବଶ୍ୟକତା ଅଧିକ । ରକ୍ତ ଏମିତି ଯାହା କୃତିମ ହୋଇଥାଏ ଏହାର ଆବଶ୍ୟକ କେବଳ ଜଣେ ମନୁଷ୍ୟ ଆଉ ଜଣେ ମନୁଷ୍ୟ ଦେଲେ ଯାଇ ପୂରଣ ହୋଇପାରିବ ।ଏହାର ବିକଳ୍ପ ଏତେ ପର୍ଯ୍ୟନ୍ତ ମନୁଷ୍ୟ ତିଆରି କରିପାରି ନାହିଁ , ଜଳେଶ୍ୱର ସାମାଜିକ ସଂଗଠନ ଏହାର ଆବଶ୍ୟକତା କୁ ପରିଲକ୍ଷିତ କରି କିଛି କିଛି ମାସ ବ୍ୟବଧାନରେ ରକ୍ତଦାନ କେନ୍ଦ୍ର ଅନୁଷ୍ଠିତ କରାଇ ରକ୍ତ ସଂଗ୍ରହ କରି ଅନ୍ୟ ମାନଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ କରି ଥାଏ । ଜଣେ ରକ୍ତଦାନ କଲେ ଏହା ପ୍ରତିରୂପେ ତିନି ଜଣ ବ୍ୟକ୍ତିଙ୍କ ରକ୍ତର ଆବଶ୍ୟକତା କୁ ପୁର୍ଣ କରିଥାଏ । ମେ ଆଈ ହେଲ୍ପ ୟୁ ମୋ ପରିବାର ସାମାଜିକ ସଂଗଠନ ଜଳେଶ୍ୱର ନିଜ ନିଜ ମେମ୍ବର ମାନେ ରକ୍ତଦାନ ସହିତ ଜନସାଧାରଣକୁ ରକ୍ତଦାନ ପାଇଁ ଉତ୍ସାହିତ କରାଇଥାନ୍ତି । ଆଗାମୀ ରକ୍ତଦାନ କେନ୍ଦ୍ର ଜଳେଶ୍ୱର ଶିଶୁ ବିଦ୍ୟା ମନ୍ଦିର ଜଳେଶ୍ୱର ପ୍ରାଙ୍ଗଣରେ ଅଗଷ୍ଟ ଛଅ ତାରିଖ ସକାଳ ଦଶ ଘଟିକାରେ ଆରମ୍ଭ ହେବ ବୋଲି ମେ ଆଇ ହେଲ୍ପ ୟୁ ମୋ ପରିବାରର ସଂଗଠନର ପ୍ରତିଷ୍ଠାତା ଜଗନ୍ନାଥ ପରିଡା ସୂଚନା ଦେଇଛନ୍ତି । ଏହି ରକ୍ତଦାନ କେନ୍ଦ୍ର ଅଧିକରୁ ଅଧିକ ରକ୍ତ ସଂଗ୍ରହ କିପରି ହୋଇ ପାରିବ ସେ ବିଷୟରେ ରକ୍ତଦାତା ସଙ୍ଘର ସଭାପତି କମଳ ଚକ୍ରବର୍ତ୍ତୀ ଆଲୋଚନା କରିଥିଲେ । ମେ ଆଇ ହେଲ୍ପ ୟୁ ସଂଗଠନ ଉପଦେଷ୍ଟା କପିଳେଶ୍ୱର ମହାନ୍ତି ଏବଂ ଜିତାରାମ ଦେ ସଂଗଠନ ର ମହାନ ଉଦେଶ୍ୟ କୁ ସମ୍ପୂର୍ଣ ସହଯୋଗ କରାଯିବ ବୋଲି ସଂଗଠନ କୁ ପ୍ରସ୍ତାବ ପ୍ରଦାନ କରିଥିଲେ । ଏହି କାଯ୍ୟକ୍ରମ ରେ ଜଳେଶ୍ୱର ଶାଖା ତରଫରୁ ନରହରି ବେହେରା, ଅଜୟ ବାଗ, ଅଜିତ ପଣ୍ଡା, ଶୁଭମ ମହାନ୍ତି, ସୌଭାଗ୍ୟ ପାଳ, ରିତାରାଣୀ ଦାସ, କୁମୁଦିନୀ ବ୍ରହ୍ମ, ମଧୁସ୍ମିତା ଦାସ, ରାଜୀବ ଗିରି, ବିଷ୍ଣୁପଦ ସାହୁ, ଶୁଭ୍ରଜିତ ଜେନା, ନିତ୍ୟାନନ୍ଦ ନାୟକ, ଏମ ଡି ରାଜୁ,ଜୟଦେବ ସାମଲ,ଯୋଗେଶ ରାଠି, ଏସ କେ ଆବେଦ,ରଞ୍ଜନ ପାତ୍ର, ମଣ୍ଟୁ ପାଢ଼ୀ, ଦୟାନିଧି ପ୍ରଧାନ, ସୁଭଦ୍ରା ହେମ୍ବ୍ରମ, ଅମିତ ଦାସ, ଜୟ ପ୍ରକାଶ ବେହେରା, ଅଜୟ ଘୋଷ,ଚନ୍ଦନ ମହାପାତ୍ର,ମନୋରଞ୍ଜନ ଦାସ, ବରୁଣ ଜେନା,ରୋହିତ ଜେନା ଉପସ୍ଥିତ ରହି ରକ୍ତଦାନ କରିବେ ବୋଲି ମତାମତ ଦେଇଥିଲେ । ସଂଗଠନ ମାଧ୍ୟ୍ୟମରେ ରକ୍ତଦାନ କଲେ ଆବଶ୍ୟକ ସମୟରେ ରକ୍ତ ମଧ୍ୟ୍ୟ ନେଇ ପାରିବେ ବୋଲି ସଂଗଠନ ତରଫରୁ ସୂଚନା ଦିଆ ଯାଇଛି ।

Post a Comment

Previous Post Next Post