ଲଗାଣ ବର୍ଷା ରେ ଭାଙ୍ଗିଲା ଘର ସହାୟତାର ହାତ ବଢ଼ାଇଲେ ଯୁବ ସମାଜସେବୀ ନୀଳ ମାଧବ


କର୍ଲାମୁଣ୍ଡା (ମହେନ୍ଦ୍ର ପ୍ରଧାନୀ)୨୮/୦୭ ଲଗାଣ ବର୍ଷା ରେ ଭାଙ୍ଗିଲା ଘର ସହାୟତା ର ହାତ ବଢାଇଲେ ଯୁବ ସମାଜସେବୀ ନୀଳମାଧବ ସିଂ ଦେଓ,କଳାହାଣ୍ଡି ଜିଲ୍ଲା ରେ ବର୍ଷା ଲାଗି ରହିଛି । ଏହି ବର୍ଷା ରେ ଝାଟି ମାଟି ଘରେ ରହୁଥିବା ପରିବାର ପାଇଁ ଦୁଃଖ ପାଲଟିଛି । ଏହି ଜିଲ୍ଲାର କର୍ଲାମୁଣ୍ଡା ,ବ୍ଲକ ର ରିଷିଡା ଗ୍ରାମ ପଞ୍ଚାୟତ ଅଧିନ କୁମ୍ଭାର ପଡା ର ସ୍ବର୍ଗତ ଗନ୍ଧର୍ବ ରଣା ଙ୍କ ସ୍ତ୍ରୀ ତୁଳସା ରଣା ଙ୍କ ଘର ଭାଙ୍ଗି ଯାଇଛି । ଯାହା ଫଳରେ ସେ ବହୁତ ଅସୁବିଧା ଭୋଗୁଛନ୍ତି । ଏହି ଖବର ସାମ୍ବାଦିକ ସୁଶାନ୍ତ ମଲ୍ଲିକ ଏବଂ ମହେନ୍ଦ୍ର ପ୍ରଧାନୀ, ଶୁଣିବା ପରେ ସେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ରାଜପରିବାର ର ଯୁବ ସମାଜସେବୀ ଯୁବନେତା ନୀଳମାଧବ ସିଂଦେଓ ଙ୍କୁ ଅବଗତ କରିଥିଲେ । ସେ ସଂଙ୍ଗେ ସଂଙ୍ଗେ ତୁଳସା ଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି । ସ୍ବର୍ଗତ ଗନ୍ଧର୍ବ ରଣା ଙ୍କ ସ୍ତ୍ରୀ ଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି । ସେ ସବୁ ବେଳେ ସବୁ ସମୟ ରେ ଲୋକଙ୍କ ସହ ଜଡିତ ହୋଇରହି ଆସୁଛନ୍ତି । ଲୋକଙ୍କ ସୁବିଧା ଅସୁବିଧା ରେ ସାହାଯ୍ୟ କରୁଛନ୍ତି । ସେ ବର୍ତ୍ତମାନ ଦିଲ୍ଲୀ ରେ ଥାଇ ମଧ୍ୟ ଖବର ଶୁଣିବା ମାତ୍ରେ ସାଙ୍ଗେ ସାଙ୍ଗେ ସହାୟତା ପଠେଇଥିଲେ । ଏଭଳି ମହତ କାର୍ଯ୍ୟ ସେ ସବୁବେଳେ କରି ଆସୁଥିବା ରୁ ତାଙ୍କୁ ଲୋକେ ବେଶ ପସନ୍ଦ କରୁଛନ୍ତି । ଯଦି ସରକାରୀ ସହାୟତା କଥା କହିବା ଏହି ଖବର ବ୍ଲକ ଜିଲ୍ଲା ପ୍ରଶାସନ କୁ ମଧ୍ୟ ଜଣାଯାଇ ତୁଳସା କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ସାହାଯ୍ୟ କିମ୍ବା ସହାୟତା ମିଳିନାହିଁ ସରକାରୀ ସ୍ତରରୁ । ସରକାର ଏଭଳି ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ରେ ବିଳମ୍ବ କରୁଛନ୍ତି କାହିଁକି ? କେବଳ ସହାୟତା ଦିଆଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ତାହା ପାଣିର ଗାର ପାଳଟୁଛି । ତୁଳସା ରଣା ଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣ ମହଲ ରେ ଦାବି ହେଉଛି । କେବେ ସରକାରୀ ସହାୟତା ମିଳୁଛି ତାହା ପାଇବାକୁ ବାକି ରହିଛି ।

Post a Comment

Previous Post Next Post