ବାଲେଶ୍ବର (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ପଞ୍ଚାୟତ ସମିତି ବୈଠକରେ ପିଆରଆଇ ମେମ୍ବରଙ୍କ ପ୍ରଶ୍ନରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଖାମଖିଆଲି ଉତ୍ତରକୁ ନେଇ ବୈଠକରେ ଉତ୍ତେଜନା ସୃଷ୍ଟି ହେବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜ ଭୂଲ୍ ସ୍ବୀକାର କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ସାମିଲ ସମ୍ମିଳନୀ କକ୍ଷରେ ସମସ୍ତ ନିର୍ବାଚିତ ଜନପ୍ରତିନିଧି,ବିଧାୟକ ଙ୍କୁ ନେଇ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ପ୍ରଥମେ ବିଭିନ୍ନ ପଞ୍ଚାୟତରେ ଅଯୋଗ୍ୟ ରାସନ୍ କାର୍ଡ ଧାରୀ ଥିବାବେଳେ ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ୍ ପଡିବାକୁ ନେଇ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିବା ବେଳେ ତାହାର ନିଆଁ ନଥମୁଣୁ ୨୨ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ ସାଉଡି ପଞ୍ଚାୟତରେ କିଛିବର୍ଷ ପୂର୍ବରୁ ଅଙ୍ଗନବାଡ଼ି କେନ୍ଦ୍ର କରାନଯାଇ କିମ୍ବା କିଛି ସ୍ଥାନରେ ଅଧାପନ୍ତରିଆ କରାଯାଇ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ମିହିର କୁମାର ପଣ୍ଡା ସହାୟକ ଯନ୍ତ୍ରୀ ସଂପୂର୍ଣ୍ଣ ଅର୍ଥ ଉଠିନେଇଥିବାର ଅଭିଯୋଗ କରିବା ସହିତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରେ ଦାବି କରିଥିବା ବେଳେ କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ କୁମାର ପଣ୍ଡା ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ ଙ୍କ ପ୍ରଶ୍ନକୁ ହାଲୁକା ଢଙ୍ଗରେ ନେବା ସହିତ ସେତେବେଳେ କ'ଣ ଶୋଇପଡିଥିଲେ ବୋଲି ଓଲଟା ପ୍ରଶ୍ନ କରିଥିଲେ।ଫଳରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଏପରି ଟିପ୍ପଣୀ କୁ ନେଇ ବୈଠକରେ ଅନ୍ୟ ମେମ୍ବର ମାନେ ନାରାଜ୍ ହେବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭୂଲ୍ ମାଗିବାକୁ ଦାବିକରିଥିଲେ। ତେବେ ଵୈଠକରେ ଉତ୍ତେଜନା କୁ ଦେଖି ଶେଷରେ ଅଧିକାରୀ ବିନୋଦ କୁମାର ପଣ୍ଡା ନିଜର ଭୂଲ୍ ସ୍ବୀକାର କରିବା ସହ ଆଉ କୌଣସି ବୈଠକରେ ଏପରି ଖାମ୍ ଖିଆଲି ମନ୍ତବ୍ୟ ନଦେବାର ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ଥମିଥିଲା। ତେବେ ଏଠାରେ ପ୍ରଶ୍ନ ଉଠେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମୟ ଭିତରେ ଦୁର୍ନୀତି ହୋଇଥିଲେ ସେ ଏହାର ତଦନ୍ତ କରିବେ ନଚେତ୍ ଏଥିପାଇଁ ସେ ଉତ୍ତର ଦାଇ ହେବେ ନି ? ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ କୁମାର ପଣ୍ଡା ଙ୍କର ଏପରି ମନ୍ତବ୍ୟ କୁ ନେଇ ବାଲିଆପାଳର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ତେବେ ଜଣେ ବିଡିଓ ଏପରି ମନ୍ତବ୍ୟ ଦେବା ଓ ପରେ ନିଜ ମନ୍ତବ୍ୟ ଭୂଲ୍ ଥିବାର ପଞ୍ଚାୟତ ସମିତି ବୈଠକରେ ସ୍ବୀକାର କରିବାକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ତେବେ ଦେଖିବାକୁ ବାକି ରହିଲା ବିଡିଓ କେବେ ଯୋଜନାର ଅର୍ଥ ତୁଷାରପାତ କୁ ତଦନ୍ତ କରିବା ସହ ଦୋଷୀ ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

Post a Comment