ଦକ୍ଷ ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ରାମଚନ୍ଦ୍ର ଜେନାଙ୍କ ଅବସରକାଳୀନ ସଭା ଅନୁଷ୍ଠିତ।


ଜଳେଶ୍ବର, ୪/୫ (ଜଗନ୍ନାଥ ଗୋଛାୟତ) "ଜୀବନଟା ମୋର ଜଳିଯାଉ ପଛେ ସଳିତା ପରିଟେ ହୋଇ, ତଥାପି ଆନନ୍ଦ ଲାଭ ମୁଁ କରିବି ଅନ୍ୟକୁ ଆନନ୍ଦ ଦେଇ"। ଏମିତି ମାନସିକତା ଆପଣେଇ ଦୀର୍ଘ ବର୍ଷ କର୍ମମୟ ଜୀବନରେ ସହକାରୀ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ଶେଷରେ ଜଣେ ଦକ୍ଷ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାବେ ନିଜ ପ୍ରତିଭାର ପରିଚୟ ଦେଇ ଗତ ତା-୩୧/୫/୨୦୨୩ ରେ ଅବସର ଗ୍ରହଣ କରିଛନ୍ତି। ଜଳେଶ୍ଵର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପାଇକସିଦା କ୍ଲଷ୍ଟରର ସିଆରସିସି ରାମଚନ୍ଦ୍ର ଜେନା ଜଣେ ମିଷ୍ଟଭାଷୀ, ମେଳାପୀ, ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ସହ ଏକାଧାରରେ କଳା ଓ ସାହିତ୍ୟ ପ୍ରେମୀ ଏବଂ ହାରମୋନିୟମ୍ ବଜାଇବା, ଗୀତ କବିତା , କ୍ଷୁଦ୍ର ଗଳ୍ପ ତଥା ପ୍ରବନ୍ଧ ରଚନା କରିବାରେ ସେ ପାରଙ୍ଗମ ଅଟନ୍ତି। ତାଙ୍କର କିଛି ଲେଖା ଓ କବିତା ବିଭିନ୍ନ ପତ୍ର ପତ୍ରିକାରେ ସ୍ଥାପିତ ହୋଇଛି। କାଳିକାପୁର ଉନ୍ନୀତ ଉ:ପ୍ରା: ବିଦ୍ୟାଳୟ ପରିସରରେ ଭାରପ୍ରାପ୍ଟ ପ୍ରଧାନ ଶିକ୍ଷକ ନିମାଇଁ ଚରଣ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ବକ୍ତା ଭାବେ ବ୍ରଜ କିଶୋର ଦାସ, ଚେୟାର ପର୍ସନ ଭାବଗ୍ରାହୀ ଜେନା, ଗ୍ରାମ୍ୟ ପରିଚାଳନା କମିଟି ସମ୍ପାଦକ ଅନିଲ କୁମାର ଦାସ ଓ ଶିକ୍ଷକ ଶିକ୍ଷୟତ୍ରୀ ଶ୍ରୀ ଜେନାଙ୍କ ଭୂୟସୀ ପ୍ରଶଂସା କରିବା ସହିତ ନିରାମୟ ଜୀବନ କାମନା କରିଛନ୍ତି। ଶେଷରେ ବିକ୍ରମ କେଶରୀ ଗିରି ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post